ଭାରତ-ଚୀନ ସୀମାରେ ଦୁର୍ଘଟଣା । ଉତ୍ତର ସିକିମ୍ ଜେମା ଅଞ୍ଚଳରେ ସେନାର କର୍ମୀଙ୍କୁ ନେଇ ଯାଉଥିବା ବେଳେ ଖାଇକୁ ଖସିପଡିଛି ବସ୍ । ଫଳରେ ଗାଡିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ ୧୬ ଜଣ ଯବାନଙ୍କ ଜୀବନ ଚାଲିଯାଇଛି । ୪ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ଏୟାରଲିଫ୍ଟ କରାଯାଇଛି । ସେପଟେ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଦୁର୍ଘଟଣା ପରେ ପ୍ରତ୍ୟକ୍ଷ ପ୍ରତିରକ୍ଷା ମନ୍ତ୍ରୀ ଏହାର ଅନୁଧ୍ୟାନ କରୁଥିଲେ । କାହିଁକି ଓ କେଉଁ କାରଣରୁ ଦୁର୍ଘଟଣା ଘଟିଲା ତାହା ଅସ୍ପଷ୍ଟ ରହିଛି । ଅନୁମାନ କରାଯାଉଛି ଘନ କୁହୁଡି ଯୋଗୁଁ ଦୁର୍ଘଟଣା ଘଟିଥାଇପାରେ । ପାହାଡରୁ ତଳକୁ ଖସିବା ପରେ ବସଟି ଭାଙ୍ଗି ଚୁରମାର ହୋଇଯାଇଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ