The Topmost

“The eyes believe themselves, the ears believe other people.”

FILE PHOTO: U.S. President Joe Biden speaks during a joint press conference with Japanese Prime Minister Fumio Kishida and South Korean President Yoon Suk Yeol (not pictured) during the trilateral summit at Camp David near Thurmont, Maryland, U.S., August 18, 2023. REUTERS/Evelyn Hockstein/File Photo

ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି

ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ହ୍ୱାଇଟ ହାଉସ ପକ୍ଷରୁ ଏହି ସୂଚନା ମିଳିଛି । ଆସନ୍ତା ମାସ ୭ ରୁ ୧୦ ତାରିଖ ଭାରତ ଗସ୍ତରେ ଆସିବେ ବାଇଡେନ । ରାଜଧାନୀ ଦିଲ୍ଲୀରେ ଜି -୨୦ ସମ୍ମିଳନୀ ଆୟୋଜନ ହେଉଛି । ଏହି ସମ୍ମିଳନୀରେ ଯୋଗ ଦେବାକୁ ସେ ଆସୁଛନ୍ତି । ଜଳବାୟୁ ପରିବର୍ତ୍ତନ, ଜି -୨୦ ଦେଶ ସହ ସ୍ୱଚ୍ଛ ଶକ୍ତି ସମେତ ବିଭିନ୍ନ ପ୍ରସଙ୍ଗରେ ବାଇଡେନ ଆଲୋଚନା କରିବେ । ଏହା ବ୍ୟତୀତ ବିଶ୍ୱର ଆହ୍ୱାନର ମୁକାବିଲା, ଦାରିଦ୍ର୍ୟର ମୁକାବିଲା ପାଇଁ ବିକାଶ ବ୍ୟାଙ୍କର ଦକ୍ଷତା ବୃଦ୍ଧି ଉପରେ ମଧ୍ୟ ଆଲୋଚନା ହେବ । ପ୍ରେସ ରିଲିଜରେ କୁହାଯାଇଛି ରାଷ୍ଟପତି ବାଇଡେନ୍‌ ଓ ଜି-୨୦ର ସଦସ୍ୟମାନେ ଅକ୍ଷୟ ଶକ୍ତିର ପ୍ରସାର ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା, ୟୁକ୍ରେନ୍‌ରେ ପୁଟିନ୍‌ଙ୍କ ଯୁଦ୍ଧଜନିତ ଆର୍ଥିକ ଓ ସାମାଜିକ କୁପ୍ରଭାବ ହ୍ରାସ, ଏବଂ ଦାରିଦ୍ର୍ୟ ବିରୋଧରେ ସଂଗ୍ରାମ ପାଇଁ ବିଶ୍ବ ବ୍ୟାଙ୍କ୍‌ ସମେତ ବହୁପାକ୍ଷିକ ବ୍ୟାଙ୍କ ସମୂହର ସାମର୍ଥ୍ୟ ବୃଦ୍ଧି ଭଳି ବୈଶ୍ବିକ ସମସ୍ୟା ଉପରେ ଆଲୋଚନା କରିବେ ।