The Topmost

“The eyes believe themselves, the ears believe other people.”

ଭାରତ ଏବଂ ଆମେରିକା ସମ୍ପର୍କରେ ଶିକ୍ଷା ଓ ଦକ୍ଷତା ବିକାଶ ଏକ ପ୍ରମୁଖ ସ୍ତମ୍ଭ

ଭାରତ ଏବଂ ଆମେରିକା ସମ୍ପର୍କରେ ଶିକ୍ଷା ଓ ଦକ୍ଷତା ବିକାଶ ଏକ ପ୍ରମୁଖ ସ୍ତମ୍ଭ । ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ଭାରତର କଳ୍ପନା, ଶିକ୍ଷାର ବିଶ୍ବୀକରଣ ଉପରେ ଜାତୀୟ ଶିକ୍ଷାନୀତିର ଗୁରୁତ୍ୱ ଓ ଯୁବବର୍ଗଙ୍କୁ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍-ସ୍କିଲିଂ କରିବା ଦିଗରେ ଭାରତର ପ୍ରୟାସ ଉପରେ କେନ୍ଦ୍ରମନ୍ତ୍ରୀ ଆଲୋଚନା କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ଇଣ୍ଡିଆ ଆଇଡ଼ିଆ ସମ୍ମିଟ’ରେ ଯୋଗଦେଇ ପ୍ରମୁଖ ଶିଳ୍ପସମୂହର ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି । ଏହା ୟୁଏସ୍-ଇଣ୍ଡିଆ ବିଜ୍‌ନେସ କାଉନସିଲ ଏବଂ ସାଉଥ୍ ଏସିଆ ଇଣ୍ଟର୍‌ନ୍ୟାସ୍‌ନାଲ ଆଫେୟାର୍ ୟୁଏସ୍ଏ ଚାମ୍ବର ଅଫ୍ କମର୍ସ ଦ୍ୱାରା ଆୟୋଜିତ ହୋଇଥିଲା । ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତରେ ଡିଜିଟାଲ ଅର୍ଥନୀତି, ଆକାଂକ୍ଷୀ ଜନସଂଖ୍ୟା, ଜ୍ଞାନ-ଆଧାରିତ ସମାଜ, ଅନେକ ସଂସ୍କାର ଭାରତ ପାଇଁ ଅପାର ସମ୍ଭାବନା ଆଣିଦେଇଛି ।