ଆମେରିକା ସହ ନୂଆ ବୁଝାମଣା ସ୍ୱାକ୍ଷର କଲା ଭାରତ । ‘ଇନିସିଏଟିଭ ଅନ କ୍ରିଟିକାଲ ଇମଜିଂଗ ଟେକ୍ନୋଲୋଜି’ ବା ଆଇସିଇଟି ବୁଝାମଣା ସ୍ୱାକ୍ଷର ହୋଇଛି । ଭାରତୀୟ ସୁରକ୍ଷା ପରାର୍ମଶଦାତା ଅଜିତ ଡୋଭାଲ ୱାଶିଂଟନରେ ଆମରିକାର ଏନଏସଏନ ଜ୍ୟାକ୍ ସୁଲିବନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ । ଏହି ବୁଝାମଣା ମାଧ୍ୟମରେ ଚୀନର ସେମିକଣ୍ଡକ୍ଟର୍ସ, ମିଲିଟ୍ରି ଇକ୍ୱିପମେଂଟ ଓ ଆଟିଫିସିଆଲ ଇଟେଂଲିଜେନ୍ସର ମୁକାବିଲା କରିହେବ । ଭାରତ ସହ ଏହି ବୁଝାମଣା କରି ଆମେରିକା ସୁରକ୍ଷିତ ଟେକ୍ନେଲୋଜି ଇକୋସିଷ୍ଟମ ବୃଦ୍ଧି ଉପରେ ଗୁରୁତ୍ୱ ଦେଉଛି । ଯାହା ଉଭୟ ଭାରତ ଓ ଆମେରିକା ପାଇଁ ଗେମଚେଂଜର ସାବ୍ୟସ୍ତ ହେବ । ଏଥିସହ ଏହି ବୁଝାମଣା ଆଗକୁ ଶକ୍ତିଶାଳୀ ଚୀନର ସବୁ ପ୍ରକାର ଚାଲର ମାତ ଦେଇପାରିବ । ଆଡାଭାନ୍ସ ଟେକ୍ନୋଲୋଜି ବୁଝାମଣାରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ