The Topmost

“The eyes believe themselves, the ears believe other people.”

ଭାରତୀୟ ସେନାରେ ହେବ ବଡ ପରିବର୍ତ୍ତନ !

୨୦୨୪ରେ ଭାରତୀୟ ସେନାରେ ବଡ ପରିବର୍ତ୍ତନ ହୋଇପାରେ । ସ୍ଥଳସେନାରେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଉପକରଣ ସାମିଲ ହେବ । ବୈଷୟିକ ଜ୍ଞାନକୌଶଳକୁ ପ୍ରାଧ୍ୟାନ୍ୟ ଦିଆଯିବ । ଚୀନ ଓ ପାକିସ୍ତାନ ସହ ଭାରତର ସୀମା ବିବାଦ ଜାରି ଭିତରେ ସ୍ଥଳସେନା ମୁଖ୍ୟଙ୍କ ବଡ ବୟାନ ସାମ୍ନାକୁ ଆସିଛି । ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି ଉତରସୀମାରେ ସ୍ଥିତି ସ୍ଥିର ରହିଛି, ତଥାପି କିଛି ସ୍ଥାନ ସମ୍ବେଦନଶୀଳ ରହିଛି । ସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷା ବଢ଼ାଯାଇଛି । ସୀମାରେ ଉତେଜନା ହ୍ରାସ ଓ ସ୍ଥିରତା ବଜାୟ ରଖିବା ପାଇଁ ଭାରତ ଉଭୟ ସାମରିକ ଓ କୁଟନୀତିସ୍ତରରେ ପ୍ରୟାସ କରୁଛି । ସେପଟେ ଏଲଏସିରେ ଚୀନ ସହ ଚାଲିଥିବା ବିବାଦ ଉପରେ ପ୍ରତିକ୍ରିୟା ରଖି ସ୍ଥଳସେନା ମୁଖ୍ୟ କହିଛନ୍ତି ଭାରତୀୟ ସେନା ଉଚ୍ଚସ୍ତରୀୟ ପ୍ରସ୍ତୁତି ସହ ସକ୍ରିୟ ରହିଛି । ପର୍ଯ୍ୟାପ୍ତ ପରମରିମାଣରେ ସେନାକୁ ମୁତୟନ କରାଯାଇଛି । ଏଥିସହ କାଶ୍ମୀରରେ ଆତଙ୍କବାଦୀ ଘଟଣା ପୂର୍ବ ଅପେକ୍ଷା କମ ରହିଛି ।