The Topmost

“The eyes believe themselves, the ears believe other people.”

ଭାରତୀୟ ସେନାରେ ସାମିଲ ହେବେ ‘ଇଗଲ ବାହିନୀ’

ଏବେ ଆଉ ଶତ୍ରୁର ଡ୍ରୋନକୁ ଡର ନାହିଁ । ସୀମା ଟପୁ ଟପୁ ଝାମ୍ପିନେବ ଭାରତୀୟ ସେନାର ‘ଇଗଲ ବାହିନୀ’ । ଭାରତୀୟ ସେନାରେ ଆଉ ଏକ ଶକ୍ତି ସାମିଲ ହେବାକୁ ଯାଉଛି, ଚିଲ ଶକ୍ତି । ଇଣ୍ଡିଆନ୍ ଆର୍ମିରେ ଖୁବ ଶୀଘ୍ର ସାମିଲ ହେବାକୁ ଯାଉଛି ‘ଫାଲକନ୍ ଟ୍ରୁପ୍’ ବା ‘ଇଗଲ ବାହିନୀ’ । ଏଥିପାଇଁ ଚାଲିଛି ଜୋରଦାର ପ୍ରୟାସ । ମିରଟର ରିମାଉଣ୍ଟ ଭେଟେରୀନାରୀ କୋରରେ ଶତାଧିକ ଚିଲଙ୍କୁ ଦିଆଯାଉଛି ପ୍ରଶିକ୍ଷଣ । ଶତ୍ରୁ ପଟର କୌଣସି ଡ୍ରୋନ୍ ସୀମା ଟପୁଟପୁ ଆଖିପିଛୁଳାକେ ଝାମ୍ପିନେବେ ଏହି ଚିଲ ସେନା । ଚୀନ କି ପାକିସ୍ତାନର ଗୁପ୍ତଚର ଡ୍ରୋନକୁ ମାରି ଖସାଇବାକୁ ଆଉ ଆଣ୍ଟି ଡ୍ରୋନ୍ ଗନର ଆବଶ୍ୟକତା ପଡିବନି ।