ଭାରତୀୟ ସେନାରୁ ହଟିବ ଔପନିବେଶବାଦର ପ୍ରତୀକ । ଏନେଇ ବିଚାରବିମର୍ଶ କରୁଛି ଭାରତୀୟ ସେନା । ଯାହାଫଳରେ ବଦଳିଯିବ ରେଜିମେଣ୍ଟ ଓ ପୁରସ୍କାରର ନାଁ । ଭାରତୀୟ ସେନା ବ୍ରିଟଶ ଅମଳରୁ ଚାଲି ଆସୁଥିବା ନିୟମ ବଦଳାଇବା ଉପରେ ବିଚାରବିମର୍ଶ କରୁଛି । ବ୍ରିଟିଶ ଔପନିବେଶବାଦର ସମସ୍ତ ପ୍ରତୀକ ସେନାବାହିନୀରୁ ହଟାଇବା ପାଇଁ ଏବେ ସମୀକ୍ଷା ଚାଲିଛି । ଭାରତୀୟ ନୌସେନା ଇଂରେଜଙ୍କ ପ୍ରତୀକ ଭିକ୍ଟୋରିଆ କ୍ରସ ହଟାଇବା ପରେ ଏବେ ଭାରତୀୟ ସେନା ବ୍ରିଟିଶ ସାମ୍ରାଜ୍ୟବାଦର ସମସ୍ତ ପ୍ରତୀକକୁ ହଟାଇବା ପାଇଁ ଅଭିଯାନ ଆରମ୍ଭ କରିଛି । ଏବେ ସେନା ପକ୍ଷରୁ ବ୍ୟାପକ ଭାବେ ଇଂଟରନାଲ ସର୍ଭେ କରିବାକୁ ନିଷ୍ପତ୍ତି ହୋଇଛି । ସର୍ଭେ ରିପୋର୍ଟ ଆସିବା ପରେ ବ୍ରିଟିଶକାଳୀନ ପ୍ରତୀକକୁ ହଟାଇ ଦିଆଯିବ ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ