() ଭାରତୀୟ ସାମଗ୍ରୀରେ ପରଦା ଢାଙ୍କିଲା ମୁସଲମାନ ଦେଶ । କୁଏତ ସୁପର ମାର୍କେଟରୁ ଆସିଲା ଭାରତୀୟ ସାମଗ୍ରୀ ବର୍ଜନର ଚିତ୍ର । ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ଦ୍ୱାରା ପ୍ରଫେଟ୍ ମହମ୍ମଦଙ୍କ ପ୍ରତି ଦିଆଯାଇଥିବା ବିବାଦୀୟ ମନ୍ତବ୍ୟର ପ୍ରଭାବ ବିଦେଶରେ ବିକ୍ରି ହେଉଥିବା ଭାରତୀୟ ସାମଗ୍ରୀ ଉପରେ ପଡ଼ିଛି । ନୂପୁରଙ୍କ ଏହି ବିବାଦୀୟ ମନ୍ତବ୍ୟରେ ଅଧିକ ଆଘାତ ପାଇଛି ଇସଲାମିକ୍ ଦେଶ । ନୁପୁରଙ୍କ ମନ୍ତବ୍ୟକୁ କଡ଼ା ପ୍ରତିବାଦ କରି କୁଏତ ସୁପର ମାର୍କେଟରେ ଉପଲବ୍ଧ ହେଉଥିବା ଭାରତୀୟ ସାମଗ୍ରୀକୁ ବର୍ଜନ କରାଯାଇଛି ।
ସୁପର ମାର୍କେଟର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀଙ୍କ କହିବା ଅନୁସାରେ, କୁଏତ ଏକ ଇସାଲାମିକ ଦେଶ ହୋଇଥିବାରୁ ସେମାନେ ପ୍ରଫେଟ୍ ମହମ୍ମଦଙ୍କ ଅପମାନକୁ ଆଦୌ ଗ୍ରହଣ କରିପାରିବେ ନାହିଁ । ନୂପୁରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସାଉଦି ଆରବ, କତାର, ଅନ୍ୟ ଇସାଲିମକ୍ ଦେଶରେ ବିରୋଧ ଦେଖା ଦେଇଛି । ବିଶେଷକରି ଇଜିପ୍ଟର ଅଲ୍-ଆଝାର ବିଶ୍ୱବିଦ୍ୟାଳୟରେ ବିଜେପି ନେତ୍ରୀଙ୍କ ମନ୍ତବ୍ୟର ତୀବ୍ର ନିନ୍ଦା କରିଛି । ଭାରତ ସରକାର ମଧ୍ୟ ନୁପୁରଙ୍କ ମନ୍ତବ୍ୟକୁ ଅନୁଚିତ୍ ବୋଲି ଦର୍ଶାଇବା ସହ ତାଙ୍କୁ ସସପେଣ୍ଡ କରିଛି ।
https://thetopmost.in/how-to-apply-sunscreen-lotion-to-your-face/
https://thetopmost.in/these-fegadui-things-will-make-you-rich-and-fortunate/
More Stories
କାହିଁକି ଓ କାହା ପାଇଁ ପାଳନ ହୁଏ ଭ୍ୟାଲେନଟାଇନ୍ସ ଡେ
ଜାଣନ୍ତି କି ଆପଣଙ୍କ ଘରୋଇ ଉପକରଣରେ ଅଛି ସୁନା
Meta Layoff season ଚାଲିଛି ଛଟେଇ ସିଜିନ୍, ମେଟାରୁ ବାହାରିବେ 3000 କର୍ମଚାରୀ