The Topmost

“The eyes believe themselves, the ears believe other people.”

ଭାରତୀୟ ରେଳବାଇରେ ଅଗ୍ନିପଥ ପ୍ରଭାବ: ୨୫୯. ୪୪ କୋଟିର କ୍ଷୟକ୍ଷତି

ଅଗ୍ନିପଥ ଯୋଜନା ଯୋଗୁଁ କୋଟି କୋଟି ଟଙ୍କାର କ୍ଷୟକ୍ଷତି । କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ହୋଇଥିବା ଆନ୍ଦୋଳନ ଯୋଗୁଁ ଭାରତୀୟ ରେଳବାଇର ୨୫୯. ୪୪ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ଏନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରାଜ୍ୟସଭାରେ ଏକ ଲିଖିତ ଜବାବ ରଖି ଏହି ସୂଚନା ଦେଇଛନ୍ତି । ବିଭିନ୍ନ ରାଜ୍ୟରେ ଅଗ୍ନିପଥ ଯୋଜନା ବିରୋଧରେ ଆନ୍ଦୋଳନ ଯୋଗୁଁ ପ୍ରାୟ ୨ ହଜାର ଟ୍ରେନ୍‌ ପ୍ରଭାବିତ ହୋଇଛି । ଜୁନ୍‌ ୧୫ରୁ ଜୁନ୍‌ ୨୩ ମଧ୍ୟରେ ୨, ୧୩୨ ଟ୍ରେନ୍‌ ବାତିଲ ‌ହୋଇଥିଲା । ବିହାର, ଝାଡ଼ଖଣ୍ଡ ଏବଂ ଉତ୍ତରପ୍ରଦେଶର କିଛି ଅଂଶ‌ରେ ବ୍ୟାପକ ‌ଆନ୍ଦୋଳନ ଯୋଗୁଁ ବେଶି କ୍ଷୟକ୍ଷତି ହୋଇଥିଲା । ୧୪ ଜୁନରୁ ୩୦ ଜୁନ୍‌ ମଧ୍ୟରେ ଟ୍ରେନ୍‌ ବାତିଲ କାରଣରୁ ମୋଟ୍‌ ୧୦୨. ୯୬ କୋଟି ଟଙ୍କା ଫେରସ୍ତ କରାଯାଇଛି ଏବଂ ୨୫୯. ୪୪ କୋଟି ଟଙ୍କାର ରେଳ ସମ୍ପତ୍ତି କ୍ଷୟକ୍ଷତି ହୋଇଛି ।