ଖୁବଶୀଘ୍ର ଭାରତରେ ଗଡିବ ହାଇଡ୍ରୋଜେନ୍ ଟ୍ରେନ । ୨୦୨୩ରେ ହାଇଡ୍ରୋଜେନ୍ ଟ୍ରେନ୍ ଭାରତୀୟ ରେଳପଥରେ ଗଡିବା ନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହାର ଅର୍ଥ ହାଇଡ୍ରୋଜେନ୍ ଇନ୍ଧନରେ ଟ୍ରେନ୍ ଚାଲିବ । ଭାରତୀୟ ରେଳପଥ ଏ ଦିଗରେ କାମ କରିବା ଆରମ୍ଭ କରିଛି । ଆସନ୍ତା ବର୍ଷ ସ୍ୱାଧିନତା ଦିବସ ଅବସରରେ ଭାରତରେ ହାଇଡ୍ରୋଜେନ୍ ଟ୍ରେନର ଶୁଭାରମ୍ଭ ନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ । ବିଶ୍ୱରେ ପ୍ରଥମ ଦେଶ ଭାବେ ଜର୍ମାନୀରେ ହାଇଡ୍ରୋଜେନ୍ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଥିଲା । ଗତ ଅଗଷ୍ଟ ମାସରେ ଜର୍ମାନୀରେ ଗଡିଥିଲା ହାଇଡ୍ରୋଜେନ୍ ଟ୍ରେନ୍ ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ