ନିର୍ବାଚନର ଠିକ୍ ପୂର୍ବରୁ ହିନ୍ଦୁ କାର୍ଡ ଖେଳିଲେ କେଜ୍ରିୱାଲ । ଦିଲ୍ଲୀ ସିଏମ ଭାରତୀୟ ମୁଦ୍ରାରେ ଗାନ୍ଧୀଜୀଙ୍କ ସହ ଭଗବାନ ଗଣେଶ ଓ ମା’ ଲକ୍ଷ୍ମୀଙ୍କ ଫଟୋ ଲଗାଇବା ପାଇଁ ଦାବି କରିଛନ୍ତି । ଗୋଟିଏ ପଟେ ଗାନ୍ଧୀଜୀଙ୍କ ଫଟୋ ଓ ଅନ୍ୟପଟେ ଦେବାଦେବୀଙ୍କ ଫଟୋ ରହିଲେ ସମଗ୍ର ଦେଶକୁ ତାଙ୍କ ଆଶୀର୍ବାଦ ମିଳିପାରିବ ବୋଲି ସେ କହିଛନ୍ତି । ମା’ ଲକ୍ଷ୍ମୀଙ୍କୁ ହିନ୍ଦୁମାନେ ସୁଖ ସମୃଦ୍ଧିର ଦେବୀ ମାନୁଥିବା ବେଳେ ଗଣେଶ ବିଘ୍ନହର୍ତ୍ତା ଭାବେ ପରିଚିତ । ଏଣୁ ଏହି ଦୁଇ ଦେବାଦେବୀଙ୍କୁ ଟଙ୍କାରେ ସ୍ଥାନ ଦେଲେ ଭାରତୀୟ ଅର୍ଥ ବ୍ୟବସ୍ଥା ସୁଧୁରିବା ନେଇ କେଜ୍ରିୱାଲ ଆଶା କରିଛନ୍ତି । ସମୂର୍ଣ୍ଣ ନୋଟ୍ ବଦଳାଇବାକୁ ନୁହେଁ ବରଂ ଯେଉଁ ନୂଆ ନୋଟ୍ ଛପା ଯାଉଛି ସେଥିରେ ଭଗବାନଙ୍କୁ ସ୍ଥାନ ଦେବାକୁ କେଜ୍ରିୱାଲ ଅପିଲ୍ କରିଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ