ଭୁବନେଶ୍ବର-ପୁରୀରେ ଅନୁଷ୍ଠିତ ହେବ ଏୟାର ସୋ । ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍ ଟିମ୍ ପକ୍ଷରୁ ଭୁବନେଶ୍ବର ଓ ପୁରୀରେ ଏୟାର ସୋ’ ପ୍ରଦର୍ଶନ କରାଯିବ । ଚଳିତମାସ ୧୬ରେ ଭୁବନେଶ୍ବରରେ ଓ ୧୮ରେ ପୁରୀରେ ଏହି ସୋ’ ଅନୁଷ୍ଠିତ ହେବ । ଏନେଇ ଆଜି ଏନ୍୩୨ ବିମାନ ଯୋଗେ ଇଣ୍ଡକ୍ସନ୍ ଟିମ୍ ଭୁବନେଶ୍ବରରେ ପହଞ୍ଚିବ । ଆସନ୍ତା ୮ତାରିଖରେ ସି-୧୭ ଗ୍ଲୋବ୍ ମାଷ୍ଟର ବିମାନରେ ସୂର୍ଯ୍ୟକିରଣ ଏୟାର ସୋ’ ଲାଗି ଉପକରଣ ପହଞ୍ଚିବ । ୯ତାରିଖରେ ଏହି ସୋ’ରେ ଭାଗ ନେବାକୁ ଥିବା ୧୧ଟି ହକ୍ ବିମାନ ଆସିବ । ସୋ’ରେ ୯ଟି ହକ୍ ବିମାନ ଅଂଶଗ୍ରହଣ କରିବ ଓ ୨ଟି ଷ୍ଟାଣ୍ଡ-ବାଏରେ ରହିବ । ୧୦ରେ ମ୍ୟାପିଂ ସର୍ଟି ବା ରିହରର୍ସାଲ ହେବ । ୧୬ରେ ଭୁବନେଶ୍ବର ନିକଟସ୍ଥ କୁଆଖାଇ ନଦୀର ଜାଲିପାଟଣା ଗାଁ ନିକଟ ବାଲିଯାତ୍ରା ପଡ଼ିଆ ଓ ୧୮ରେ ପୁରୀର ଗଭର୍ଣ୍ଣର ହାଉସ୍ ଉପରେ ସୋ’ ହେବ । ତେବେ ପାଣିପାଗର ସ୍ଥିତି ଅନୁଯାୟୀ ସକାଳ ୧୦ଟାରୁ ୧୧ଟା କିମ୍ବା ଅପରାହ୍ନ ୪ଟା ୧୫ରୁ ୫ଟା ୧୫ ପର୍ଯ୍ୟନ୍ତ ଏହି ସୋ’ ଚାଲିବ । ତେବେ ପୁରୀ ସୋ’ ପାଇଁ ଅନୁମତି ମିଳିସାରି ଥିବାବେଳେ ଭୁବନେଶ୍ବର ଏୟାର ସୋ’ ପାଇଁ ଏଯାଏଁ ଅନୁମତି ମିଳିନାହିଁ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା