The Topmost

“The eyes believe themselves, the ears believe other people.”

ଭାରତୀୟ ବଜାରରେ ନିବେଶ କରିବ ଟେସଲା

ଭାରତରେ ଟେସଲାର ଏଣ୍ଟ୍ରି । ଭାରତୀୟ ବଜାରରେ ନିବେଶ କରିବ ଆମେରିକାର ମଲ୍ଟି ନ୍ୟାସନାଲ ଅଟୋମୋଟିଭ କମ୍ପାନୀ । ଏନେଇ ଭାରତ ସରକାରଙ୍କ ସହ ଏଲନ ମସ୍କଙ୍କ ଟେସଲା କମ୍ପାନୀ ଆଲୋଚନା କରିଥିବା ସୂଚନା । ଭାରତରେ ବର୍ଷକୁ ୫ ଲକ୍ଷ ଇଲେକ୍ଟ୍ରିକ କାର୍ ନିର୍ମାଣ କରିବାକୁ ଯୋଜନା ରଖିଛି ଟେସଲା । ୨୦ ଲକ୍ଷ ଟଙ୍କାରୁ ଟେସଲା ଇଲେକ୍ଟ୍ରିକ କାରର ପ୍ରାଇସ ରହିବ । ଇଣ୍ଡୋ-ପେସିଫିକ ରିଜିଅନରେ ଟେସଲାର ଏକ୍ସପୋର୍ଟ ପାଇଁ ଭାରତରେ କମ୍ପାନୀ ନିବେଶ କରିବାକୁ ଯୋଜନା କରଛି ବୋଲି ଜଣାପଡ଼ିଛି । ଦେଶରେ ଉତ୍ପାଦନ ଓ ବାହାର ରାଷ୍ଟ୍ରକୁ ରପ୍ତାନୀ ପାଇଁ କମ୍ପାନୀ ଯୋଜନା ରଖିଛି ।