The Topmost

“The eyes believe themselves, the ears believe other people.”

ଭାରତୀୟ ଟଙ୍କାରେ ଅନ୍ତରାଷ୍ଟ୍ରୀୟ କାରବାର

ଅନ୍ତର୍ଜାତୀୟ ବାଣିଜ୍ୟ ନିମନ୍ତେ ଆରବିଆଇର ବଡ ପଦକ୍ଷେପ । ଏଣିକ ଭାରତୀୟ ଟଙ୍କାରେ ଅନ୍ତରାଷ୍ଟ୍ରୀୟ କାରବାର ହୋଇପାରିବ । ଭାରତ ପ୍ରତି ଅନ୍ତର୍ଜାତୀୟ ବ୍ୟବସାୟୀଙ୍କ ଆଗ୍ରହ ଏବଂ ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଟଙ୍କା ଉପରେ ବଢୁଥିବା ଚାପ ଭିତରେ ଏହି ପଦକ୍ଷେପ ନେଇଛି ଆରବିଆଇ । ଏନେଇ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ କହିଛି ଯେ ଟଙ୍କାରେ ଅନ୍ତର୍ଜାତୀୟ ବେପାର କରିବା ପାଇଁ ଏକ ବ୍ୟବସ୍ଥା ତିଆରି କରୁଛି । ଏହି ବ୍ୟବସ୍ଥା ଫରେନ ଏକ୍ସଚେଞ୍ଜ ମେନେଜମେଣ୍ଟ ଆକ୍ଟ ଅନୁସାରେ କରାଯାଉଛି । ଏହି ବ୍ୟବସ୍ଥାରେ ଜରିଆରେ ଭାରତୀୟ ଟଙ୍କାରେ ଆମଦାନୀ ଓ ରପ୍ତାନୀ କରାଯାଇପାରିବ । ଏଥିରେ ଭାରତ ଓ ଅନ୍ୟଦେଶର ମୁଦ୍ରାର ବିନିମୟ ମୂଲ୍ୟ ନିର୍ଦ୍ଧାରଣ ହୋଇପାରିବ ।