ନୂଆଦିଲ୍ଲୀ: ମାର୍ଚ୍ଚ ୦୩: ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ନେଇ ପୁଟିନଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି । ବିଶେଷ କରି ଖାରକିଭ୍ରେ ରହୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ଏହି ଆଲୋଚନା କରାଯାଇଥିଲା । ମୋଦି-ପୁଟିନଙ୍କ ଆଲୋଚନାର ଅଳ୍ପ ସମୟରେ ଋଷିଆ ପକ୍ଷରୁ ବଡ଼ ବୟାନ ଆସିଛି। ୟୁକ୍ରେନରେ ପ୍ରବାସୀ ଭାରତୀୟ ଏବଂ ଛାତ୍ରଙ୍କୁ ବନ୍ଧକ ରଖାଯାଇଥିବା ନେଇ ସଙ୍ଗୀନ ଆରୋପ ଆଣି ବିଷୋଦଗାର କରିଛି ଋଷିଆ। ୟୁକ୍ରେନରେ ଥିବା ଭାରତୀୟଙ୍କୁ ସହଯୋଗ କରିବାକୁ ଋଷିଆ ଚାହୁଁଛି। କିନ୍ତୁ ୟୁକ୍ରେନ୍ ସମସ୍ତଙ୍କୁ ବନ୍ଧକ ରଖିବାକୁ ଚେଷ୍ଟା କରୁଛି। ଋଷିଆ ସେନା ବିରୋଧରେ ସେମାନଙ୍କୁ ଢାଲ ଭଳି ବ୍ୟବହାର କରୁଛି ବୋଲି ଋଷ ପକ୍ଷରୁ କୁହାଯାଇଛି । ସେପଟେ ବେଲାରୁଷ୍ର ରାଜଦୂତ ୟୁଏନରେ ବଡ଼ ବୟାନ ରଖିଛନ୍ତି। ସେ କହିଛନ୍ତି, ପୋଲାଣ୍ଡରେ ବର୍ଡର ଗାର୍ଡସମାନେ ପାଖାପାଖି ଶହେ ଭାରତୀୟ ଛାତ୍ରଙ୍କୁ ମାର୍ପିଟ୍ କରିଥିବା ଦେଖିବାକୁ ମିଳିଛି। ଏହାପରେ ସେମାନଙ୍କୁ ପୁନର୍ବାର ୟୁକ୍ରେନକୁ ପଠାଇ ଦିଆଯାଇଛି। ଏସମ୍ପର୍କରେ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ଏନେଇ କୌଣସି ସ୍ପଷ୍ଟ ସୂଚନା ଭାରତ ସରକାରଙ୍କ ପକ୍ଷରୁ ବିବୃତ୍ତି ଜାରି କରାଯାଇନାହିଁ।
“The eyes believe themselves, the ears believe other people.”
More Stories
୪୩ ବର୍ଷରେ ୫୩ ଥର ବିବାହ
ମାଂସ ଖାଉଥିବା ପୁରୁଷଙ୍କ ଉପରେ ଲଗାନ୍ତୁ ସେକ୍ସ୍ ଷ୍ଟ୍ରାଇକ୍ !
ମାନସିକ ଦୁଶ୍ଚିନ୍ତାରେ ଅଛନ୍ତି କି