ଭାରତୀୟଙ୍କୁ ପସନ୍ଦ ହେଉନି ଦେଶ । ଭାରତ ଛାଡୁଛନ୍ତି ଲୋକେ । ଚଳିତବର୍ଷ ଜୁନ ସୁଦ୍ଧା ୮୭ ହଜାର ୨୬ ଜଣ ଲୋକ ଭାରତ ନାଗରିକତା ଛାଡି ଅନ୍ୟ ଦେଶକୁ ପଳାଇଛନ୍ତି । ଏନେଇ ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ୨୦୧୧ରୁ ବର୍ତ୍ତମାନ ସୁଦ୍ଧା ୧୭ ଲକ୍ଷ ୫୦ ହଜାର ଲୋକ ଭାରତ ଛାଡି ସାରିଲେଣି । ଗତ ତିନି ବର୍ଷ ଭିତରେ ୨୦୨୨ରେ ସର୍ବାଧିକ ଲୋକ ଭାରତର ନାଗରିକତା ତ୍ୟାଗ କରିଥିଲେ । ୨୦୨୨ରେ ଏକ ଲକ୍ଷ ୬୩ ହଜାର ୩୭୦ ଜଣ ନାଗରିକ ଭାରତ ଛାଡି ଅନ୍ୟ ଦେଶର ନାଗରିକତା ଗ୍ରହଣ କରିଥିଲେ । ଏହାର କାରଣ ବ୍ୟକ୍ତିଗତ କାରଣ ବୋଲି ଦର୍ଶାଇଛନ୍ତି ଏସ ଜୟଶଙ୍କର । ରୋଜଗାର ସହ ବ୍ୟକ୍ତିଗତ ସୁବିଧା କାରଣରୁ ଲୋକେ ଦେଶ ଛାଡୁଛନ୍ତି ବୋଲି ସେ କହିଛନ୍ତି । ସବୁଠୁ ବଡ଼ କଥା ହେଲା ଭାରତ ଛାଡୁଥିବା ଲୋକଙ୍କ ମଧ୍ୟରେ କିଛି ଲୋକ ନେପାଳ, ଶ୍ରୀଲଙ୍କା, ଭୁଟାନ, ପାକିସ୍ତାନର ନାଗରିକତ୍ବ ଗ୍ରହଣ କରିଛନ୍ତି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍