ଜାତିସଂଘ ସୁରକ୍ଷା ପରିଷଦ୍ରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଣି ଥରେ ସମର୍ଥନ କରିଛି ରୁଷ୍ । ରୁଷ୍ର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ୍ କହିଛନ୍ତି ଯେ ମୋର ମନେହୁଏ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ଭାରତ ଅନ୍ୟତମ । ସମ୍ଭବତଃ ଭାରତ ସବୁଠୁ ଅଗ୍ରଣୀ । ଅବିଳମ୍ବେ ଯେକୌଣସି ଦେଶ ଅପେକ୍ଷା ତା’ର ଜନସଂଖ୍ୟା ସବୁଠୁ ଅଧିକ ହୋଇଯିବ । ଭାରତର ଅନେକ ପ୍ରକାରର ସମସ୍ୟାର ସମାଧାନ କରିବାର କୂଟନୈତିକ ଅଭିଜ୍ଞତା ରହିଛି । ସେ ଆହୁରି ମଧ୍ୟ କହିଛନ୍ତି, ‘ସାଙ୍ଘାଇ କୋଅପରେସନ୍ ଅର୍ଗାନାଇଜେସନ୍’ ମଧ୍ୟରେ ଦକ୍ଷିଣ ଏସିଆରେ ଥିବା ‘ଇଣ୍ଟିଗ୍ରେସନ୍ ଷ୍ଟ୍ରକ୍ଚର୍’ରେ ଭାରତ ହେଉଛି ଏକ ଅଂଶ । ‘ମଲ୍ଟି ପୋଲାର୍ ୱାର୍ଲଡ୍’ ଗଠନ କରିବାରେ ଭାରତ କର୍ଣ୍ଣଧାର ସହ ଏହା ଏକ ପ୍ରମୁଖ ଦେଶ ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ