ଚନ୍ଦ୍ରଯାନର ସଫଳତାର ଉତ୍ସାହ ଏଯାଏଁ ଯାଇନି । ଏହାଭିତରେ ଆଉ ଏକ ଖୁସିର କାରଣ ଦେଶବାସୀଙ୍କୁ ଦେଇଛି ଇସ୍ରୋ । ସୂର୍ଯ୍ୟ ମିଶନ ପାଇଁ ସ୍ୱତନ୍ତ୍ର ଯାନର ସଫଳ ଉତକ୍ଷେପଣ ପରେ ଲକ୍ଷ୍ୟସ୍ଥଳରେ ପହଁଚିଛି ଆଦିତ୍ୟ-ଏଲ-ୱାନ । ଏଲ୍-ୱାନ ପଏଂଟରେ ୫ ବର୍ଷ ଯାଏଁ କାମ କରିବ ଆଦିତ୍ୟ ଏଲ ୱାନ୍ । ହେଲୋ ଅରବିଟରେ ପ୍ରଦକ୍ଷେଣ କରିବ । ସୌରମଣ୍ଡଳର ଚୁମ୍ବକୀୟ କ୍ଷେତ୍ର ଓ ପୃଥିବୀ ଉପରେ ସୌର ବିକିରଣ ସଂପର୍କରେ ଅଧିକ ଗବେଷଣା ପାଇଁ ଏହା ସହାୟକ ହେବ । ସେପ୍ଟେମ୍ବର ୨ ତାରିଖରେ ଆଦିତ୍ୟ ଏଲ୍-ୱାନ ମହାକାଶ ଯାନ ଶ୍ରୀହରିକୋଟାର ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯାଇଥିଲା । ନଭେମ୍ବର ୨୦ ତାରିଖରେ ‘ସୁଟ’ ପେ-ଲୋଡକୁ ସକ୍ରୀୟ କରାଯାଇଥିଲା । ଡିସେମ୍ବର ୬ ତାରିଖରେ ପେ-ଲୋଡର ଟେଲିସ୍କୋପ୍ ପ୍ରଥମ ଚିତ୍ର କଏଦ କରିଥିଲା । ଆଉ ଜାନୁଆରୀ ୬ରେ ନିଜ ଲକ୍ଷ୍ୟପଥରେ ପହଂଚିଛି ଆଦିତ୍ୟ ଏଲ୍-ୱାନ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍