୮ ଭାରତୀୟଙ୍କୁ ଦିଆଯାଇଥିବା ମୃତ୍ୟୁ ଦଣ୍ଡାଦେଶ ଉପରେ ଭାରତର ଆବେଦନକୁ ଗ୍ରହଣ କଲା କତାର । କତାରର ଅଦାଲତ ଭାରତର ଆବେଦନକୁ ଗ୍ରହଣ କରିଛନ୍ତି । ଏବେ ଆବେଦନର ଶୁଣାଣି ନିମନ୍ତେ ନୂଆ ତାରିଖ ଘୋଷଣା କରାଯିବ । କତାରସ୍ଥିତ ‘କୋର୍ଟ ଅଫ୍ ଫାଷ୍ଟ୍ ଇନଷ୍ଟାନ୍ସ’ ଦ୍ୱାରା ବର୍ଷେ ଜେଲରେ ରହିବା ପରେ ଗତ ମାସରେ ୮ଜଣ ପୂର୍ବତନ ଭାରତୀୟ ନୌସେନା କର୍ମଚାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିଲା । ‘ଦାରା ଗ୍ଲୋବାଲ୍ ଟେକ୍ନୋଲୋଜି ଆଣ୍ଡ୍ କନସଲଟାନ୍ସି ସର୍ଭିସ୍’ ପାଇଁ କାମ କରୁଥିବା ଉକ୍ତ ୮ ବ୍ୟକ୍ତି ଇସ୍ରାଏଲ୍ ତରଫରୁ ଗୁପ୍ତଚରଗିରି କରୁଛନ୍ତି ବୋଲି ଦୋଷାରୋପ କରାଯାଇଥିଲା । ତେଣୁ ୨୦୨୨ ଅଗଷ୍ଟରେ ସେମାନେ ଗିରଫ ହୋଇଥିଲେ । ସେମାନଙ୍କୁ ରାଷ୍ଟ୍ରଦୂତଙ୍କ ସହିତ ଯୋଗାଯୋଗ କରିବା ସୁଯୋଗ ମଞ୍ଜୁର କରାଇବା ପରେ ଭାରତୀୟ କର୍ତ୍ତୃପକ୍ଷମାନେ ସେମାନଙ୍କୁ ମୁକ୍ତ କରିବା ପାଇଁ ପ୍ରଚେଷ୍ଟା ଚଳାଇଛନ୍ତି । ଦୀର୍ଘ ୨୦ ବର୍ଷ ଧରି ଏହି ୮ଜଣ ବ୍ୟକ୍ତି ଭାରତୀୟ ନୈାସେନାରେ ସେବା ଦେଇଥିଲେ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ