ଚୀନରେ କରୋନାର ପ୍ରକୋପ ବୃଦ୍ଧି ପରେ ଭାରତରେ ମଧ୍ୟ ଚିନ୍ତା ବଡ଼ିଯାଇଛି । ଚୀନରୁ ଗୁଜୁରାଟର ଭାବନଗର ଫେରିଥିବା ଜଣେ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଥିବା ସୂଚନା । ତାଙ୍କର ସାମ୍ପୁଲକୁ ଗାନ୍ଧିନଗର ଲ୍ୟାବକୁ ଏବେ ଜିନୋମ ସିକ୍ୱୋନ୍ସିଂ ପାଇଁ ପଠାଯାଇଛି । ୩୪ ବର୍ଷୀୟ ବ୍ୟବସାୟୀ ଏକ କାମରେ ଚୀନ ଯାଇଥିଲେ । ୧୯ ଡିସେମ୍ବରରେ ସେ ଭାରତ ଫେରିବା ପରେ ଯାଞ୍ଚରେ ସେ କରୋନା ସଂକ୍ରମିତ ମିଳିଛନ୍ତି । ଭାରତରେ ଏପର୍ଯ୍ୟନ୍ତ ସୁଦ୍ଧା ବିଏଫ.୭ ଭାରିଆଣ୍ଟର ୪ଟି ମାମଲା ମିଳିସାରିଛି । ଏଥିମଧ୍ୟରୁ ତିନି ମାମଲା ଗୁଜୁରାଟରୁ ମିଳିଛି । ଅବଶ୍ୟ ଭାରତରେ ଚିହ୍ନଟ ଏହି ଭାରିଆଣ୍ଟର ରୋଗୀଙ୍କଠାରେ ଗମ୍ଭୀର ଲକ୍ଷଣ ପରିଲକ୍ଷିତ ହୋଇନାହିଁ ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ