ଭାରତରେ ବନ୍ଦ ହେଲା ଟ୍ବିଟରର ୨ଟି କାର୍ଯ୍ୟାଳୟ । ଭାରତରେ ଥିବା ଟ୍ୱିଟରର ତିନୋଟି କାର୍ଯ୍ୟାଳୟ ମଧ୍ୟରୁ ୨ଟି କାର୍ଯ୍ୟାଳୟକୁ ବନ୍ଦ କରିଦିଆଯାଇଛି । ଏହି ଦୁଇଟି ଅଫିସରେ କାମ କରୁଥିବା କର୍ମଚାରୀଙ୍କୁ ଘରେ ରହି କାମ କରିବା ପାଇଁ କୁହାଯାଇଛି । ପ୍ରକାଶ ପାଇଥିବା ରିପୋର୍ଟ ଆଧାରରେ, ଭାରତରେ ଆଉ ମାତ୍ର ଗୋଟିଏ କାର୍ଯ୍ୟାଳୟ ରହିଛି । ବେଙ୍ଗାଲୁରୁରେ ଥିବା ଏକମାତ୍ର ଅଫିସରେ ଅଧିକାଂଶ ଇଞ୍ଜିନିୟର କାମ କରୁଛନ୍ତି । ଏହି କାର୍ଯ୍ୟାଳୟରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ଜଣେ କର୍ମଚାରୀ ନିଜର ପରିଚୟ ଗୁପ୍ତ ରଖି କହିଛନ୍ତି, ୨୦୨୩ ଶେଷ ସୁଦ୍ଧା ଟ୍ୱିଟରକୁ ଆର୍ଥିକ ଦୃଷ୍ଟିରୁ ସ୍ଥିର କରିବା ପାଇଁ ଦେଶ ବିଦେଶରେ ଥିବା ଅନେକ କର୍ମଚାରୀ ଏବଂ କାର୍ଯ୍ୟାଳୟକୁ ବନ୍ଦ କରିଦେଇ ପାରନ୍ତି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ