The Topmost

“The eyes believe themselves, the ears believe other people.”

‘ଭାରତରେ ଏବେ ରାଜନୀତି କରିବା ସହଜ ନୁହେଁ’

୧୦ଦିନିଆ ଆମେରିକା ଗସ୍ତରେ ରାହୁଲ ଗାନ୍ଧୀ । ସାନ ଫ୍ରାନସିସକୋ, ଓ୍ବାସିଂଟନ ଡିସି ଓ ନ୍ୟୁୟର୍କ ସିଟିର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ସହ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି। ସାନ୍‌ ଫ୍ରାନସିସକୋରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ ବେଳେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ । ଭାରତରେ ଏବେ ରାଜନୀତି କରିବା ସହଜ ନୁହେଁ ବୋଲି ରାହୁଲ କହିଛନ୍ତି । କେନ୍ଦ୍ର ସରକାରଙ୍କ ଆକ୍ରୋଶମୂଳକ ମନୋବୃତ୍ତି, ବିରୋଧୀଙ୍କୁ ଡରାଇବା ପାଇଁ କେନ୍ଦ୍ରୀୟ ଏଜେନ୍ସିର ଦୂରୁପଯୋଗ କରାଯାଉଛି । କନ୍ୟାକୁମାରୀରୁ କାଶ୍ମୀର ଯାଏଁ ଭାରତ ଯୋଡୋ ଯାତ୍ରାର ଅନେକ ପ୍ରଭାବ ପକାଇଛି । ଘୃଣା ବଜାରରେ ପ୍ରେମର ଦୋକାନ ଖୋଲିଛି ବୋଲି ରାହୁଲ କହିଛନ୍ତି । ଏହି ଯାତ୍ରାକୁ ବନ୍ଦ କରିବାକୁ ବହୁତ ଚେଷ୍ଟା କରାଯାଇଥିଲା, ହେଲେ ଏହା ସମ୍ଭବ ହୋଇପାରିଲା ନାହିଁ । ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ ବେଳେ ଆରଏସଏସ ଓ ବିଜେପି ଉପରେ ଜୋରଦାର ବର୍ଷିଛନ୍ତି ରାହୁଲ ।