ଭାରତରେ ଏକ ଭାଷା, ଏକ ଧର୍ମ ଏବଂ ଏକ ସଂସ୍କୃତି ଲାଗୁ କରିବା ଅସମ୍ଭବ । ଏହିଭଳି କିଛି ମନ୍ତବ୍ୟ ରଖିଛନ୍ତି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ । ‘ଭିଡିଓ କନ୍ଫରେନ୍ସିଙ୍ଗ୍’ ମାଧ୍ୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଷ୍ଟାଲିନ୍ କହିଛନ୍ତି, ଭାରତରେ ଏକ ଭାଷା, ଏକ ଧର୍ମ ଏବଂ ସଂସ୍କୃତି ସମ୍ଭବପର ନୁହେଁ । ଏକ ଭାଷା ଓ ଏକ ଧର୍ମକୁ ପ୍ରୋତ୍ସାହିତ କରୁଥିବା ଲୋକେ ଆମର ଏକତା ଭାଙ୍ଗିବାକୁ ଉଦ୍ୟମ କରୁଛନ୍ତି । ତେଣୁ, ସେମାନେ ଭାରତ ଓ ଭାରତୀୟମାନଙ୍କର ଶତ୍ରୁ । ଏଭଳି ଦୁଷ୍ଟ ଶକ୍ତିମାନଙ୍କର ଏଠାରେ ସ୍ଥାନ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି, ସଙ୍ଘୀୟ ବ୍ୟବସ୍ଥା ହେଉଛି ଏ ଦେଶର ମୂଳଦୁଆ । ଭାରତ ତିଷ୍ଠି ରହିବାକୁ ହେଲେ ବଳିଷ୍ଠ ସ୍ବୟଂଶାସିତ ରାଜ୍ୟ ଆବଶ୍ୟକ । ଏହାସହ ସେ କେରଳର ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ୍ଙ୍କୁ ପ୍ରଶଂସା କରି ଷ୍ଟାଲିନ୍ କହିଛନ୍ତି ତାମିଲନାଡୁରେ ତାଙ୍କ ଦଳ ‘ଡିଏମ୍କେ’ ଏବଂ ‘ସିପିଆଇ(ଏମ୍)’ ମଧ୍ୟରେ ହୋଇଥିବା ମେଣ୍ଟ୍ ଖାଲି ନିର୍ବାଚନୀ ବନ୍ଧନ ନୁହେଁ ଏହା ‘ଆଦର୍ଶଭିତ୍ତିକ’।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ