ପ୍ରତିରକ୍ଷା କ୍ଷେତ୍ରରେ ଆଗକୁ ବଢୁଛି ଭାରତ । ଅସ୍ତ୍ରଶସ୍ତ୍ର ନିର୍ମାଣ ମାମଲାରେ ଭାରତ କେବଳ ଆତ୍ମନିର୍ଭରଶୀଳ ହେଉଛି ତା ନୁହେଁ ଅସ୍ତ୍ରଶସ୍ତ୍ର ନିର୍ମାଣରେ ନିଜର ଦବଦବା ବନାଇବାକୁ ଚାହୁଁଛି ଭାରତ । ଆଉ ଏହାର ପ୍ରତିଫଳନ ଏବେ ଦେଖିବାକୁ ମିଳିଛି । ଆମେରିକାର ପଡୋଶୀ ରାଷ୍ଟ୍ର ଭରତଠୁ ଅସ୍ତ୍ରଶସ୍ତ୍ର କିଣିବାକୁ ଯାଉଛି । ଭାରତ ନିର୍ମିତ ଦୁନିଆର ସବୁଠୁ ହାଲୁକା ଲଢୁଆ ବିମାନ ତେଜସ୍ ଓ ଆଖିପିଛୁଳାକେ ଆକ୍ରମଣ କରିପାରୁଥିବା ବ୍ରହ୍ମୋସ ମିସାଇଲକୁ କିଣିବାକୁ ଚାହୁଁଛି ଆମେରିକାର ପଡୋଶୀ ରାଷ୍ଟ୍ର ଆର୍ଜେଣ୍ଟିନା । ଆର୍ଜେଣ୍ଟିନାର ପ୍ରତିରକ୍ଷା ମନ୍ତ୍ରୀ ଗତ ମାସରେ ଭାରତ ଗସ୍ତରେ ଆସିଥିଲେ । ଏହି ସମୟରେ ସେ ବହ୍ମୋସ ଓ ତେଜସ୍ ନିର୍ମାଣ କେନ୍ଦ୍ରର ପରିଦର୍ଶନ କରିଥିଲେ । ଆଉ ଦୁନିଆର ସବୁଠୁ ଘାତକ ମିସାଇଲକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ କହିଥିଲେ କି, ତାଙ୍କ ଦେଶ ଭାରତ ଠାରୁ ବହ୍ମୋସ ଏବଂ ତେଜସ୍ ସହିତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର କିଣିବାକୁ ଚାହୁଁଛି । ଯେଉଁଥିରେ ହେଲିକପ୍ଟର, ଲଢୁଆ ବିମାନ, ମିସାଇଲ୍, ରାଇଫଲ୍, ଲଢୁଆ ଟ୍ୟାଙ୍କ୍ ଏବଂ ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ସାମିଲ ରହିଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍