ଭାରତକୁ ଲମ୍ବା ସମୟ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ । ଏଭଳି କହିଛନ୍ତି ବାୟୁସେନା ମୁଖ୍ୟ ମାର୍ସାଲ ଭିଆର ଚୌଧୁରୀ । ଏକ ଗଣମାଧ୍ୟମ ସଂସ୍ଥାକୁ ବାୟୁସେନା ମୁଖ୍ୟ କହିଛନ୍ତି, ଆଗରୁ ଆମେ ସଂକ୍ଷିପ୍ତ ଓ କ୍ଷୀପ୍ର ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିଲୁ । କିନ୍ତୁ ଋଷ-ୟୁକ୍ରେନ ଯୁଦ୍ଧ ପରିପ୍ରେକ୍ଷୀରେ ବର୍ତମାନ ସମୟ ଆସିଛି ଲମ୍ବା ଯୁଦ୍ଧ ପାଇଁ ପ୍ରସ୍ତୁତ ହେବ । ଏଲଏସିରେ ଚୀନ-ଭାରତ ମଧ୍ୟରେ ସୀମାକୁ ନେଇ ବିବାଦ ଲାଗିରହିଥିବା ବେଳେ ବାୟୁସେନା ମୁଖ୍ୟଙ୍କ ଏଭଳି ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଋଷ ଏତେ ଶକ୍ତିଶାଳୀ ହେବା ସତ୍ୱେ ୟୁକ୍ରେନ ସହ ଏତେ ସମୟ ଧରି ଯୁଦ୍ଧ ଲାଗିରହିବାର କାରଣ କଣ ବୋଲି ଶ୍ରୀ ଚୌଧୁରୀଙ୍କୁ ପ୍ରଶ୍ନ କରାଯାଇଥିଲା । ଏହାର ଉତରରେ ସେ କହିଥିଲେ, ଋଷ-ୟୁକ୍ରେନ ଯୁଦ୍ଧରୁ ଆମକୁ ଶିକ୍ଷା ଗ୍ରହଣ କରିବାର ଆବଶ୍ୟକତା ରହିଛି । ଦରକାର ପଡିଲେ ଆମେ ଲମ୍ବା ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ଦରକାର ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ