The Topmost

“The eyes believe themselves, the ears believe other people.”

ଭାରତକୁ ଚନ୍ଦ୍ରଯାନ-୩ର ଜ୍ଞାନ କୌଶଳ ମାଗିଲା ନାସା

ଭାରତକୁ ଚନ୍ଦ୍ରଯାନ-୩ର ଜ୍ଞାନ କୌଶଳ ମାଗିଲା ନାସା । ସ୍ବଳ୍ପ ବଜେଟ ଓ ସ୍ବଦେଶୀ ଜ୍ଞାନ କୌଶଳରେ ଚନ୍ଦ୍ର ଅଭିଯାନରେ ନୂଆ ଇତିହାସ ଲେଖିଥିବା ଭାରତକୁ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ମାଗିଛି ଟେକନିକ । ନାସା ଏହାକୁ ଭୂୟସୀ ପ୍ରଶଂସା କରିବା ସହିତ ସଫଳତାର ଫର୍ମୁଲା ମାଗିଛି । ଦିନେ ଆମେରିକା ଭାରତକୁ ସ୍ପେଶ ରିସର୍ଚ୍ଚରେ ସହଯୋଗ କରିବାକୁ ମନା କରିଦେଇଥିଲା । ଏବେ କିନ୍ତୁ ସମୟ ବଦଳିଯାଇଛି । ଆମେରିକା ବୈଜ୍ଞାନିକମାନେ ଇସ୍ରୋ ବୈଜ୍ଞାନିକଙ୍କୁ ଜ୍ଞାନକୌଶଳ ବିକ୍ରି କରିବାକୁ କହିଛନ୍ତି । ଇସ୍ରୋ ମୁଖ୍ୟ ଏସ ସୋମନାଥ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଭାରତ ଏବେ ମହାକାଶ ଗବେଷଣାରେ ଭଲ ଉପକରଣ ଓ ରକେଟ ବନାଇବାରେ ସକ୍ଷମ । ଏଥିପାଇଁ ଘରୋଇ କ୍ଷେତ୍ରକୁ ମଧ୍ୟ ସାମିଲ କରାଯାଇଛି । ଇସ୍ରୋ ଚନ୍ଦ୍ରଯାନ-୩କୁ ବିକଶିତ କରି ସାରିବା ପରେ ନାସା ଜେଟ ପ୍ରପଲସନ ଲାବୋଟୋରୀର ବୈଜ୍ଞାନିକଙ୍କୁ ଆମେରିକା ନିମନ୍ତ୍ରଣ କରିଥିଲା । ଏଥିରେ ଅଗଷ୍ଟ ୨୩ ତାରିଖରେ କିପରି ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ତାହା ଭାରତୀୟ ବୈଜ୍ଞାନିକ ବୁଝାଇଥିଲେ । ଡିଜାଇନ, ପ୍ରସ୍ତୁତି ଓ ଗଠନ ବିଷୟରେ ସବିଶେଷ ବିବରଣୀ ଦେଇଥିଲେ । ଏଥିରେ ପ୍ରଭାବିତ ହୋଇ ଆମେରିକା ଏହାକୁ କିଣିବାକୁ ଆଗ୍ରହ ଦେଖାଇଛି ।