The Topmost

“The eyes believe themselves, the ears believe other people.”

ଭାରତକୁ ଘେରିବାକୁ ଚୀନର ନୂଆ ଚାଲ୍

ଏଲଏସିରେ ନୂଆ ହାଇୱେ ବନାଇବାକୁ ଯୋଜନା କରୁଛି ଚୀନ୍ । ମିଳିଥିବା ରିପୋର୍ଟ ଅନୁଯାୟୀ ତିବତ୍ତର ଲୁଂଜଠାରୁ ନେଇ ସିଂଙ୍ଗଜିଆ କ୍ଷେତ୍ରଯାଏଁ ଦୀର୍ଘଗାମୀ ହାଇୱେ ବନାଇବାକୁ ଯୋଜନା କରୁଛି ଚୀନ୍ । ଲୁଞ୍ଜ କାଉଣ୍ଟି ଅରୁଣାଚଳ ପ୍ରଦେଶର ଏକ ଅଂଶ, ଯାହାକୁ ଚୀନ୍ ଦକ୍ଷିଣ ତିବ୍ଦତର ଏକ ଅଂଶ ବୋଲି କହିଛି । ଜି -୬୬୫ ନାମରେ ଜଣାଶୁଣା ଏହି ରାଜପଥ ଗତ ସପ୍ତାହରେ ପ୍ରକାଶିତ ଯୋଜନା ଅନୁଯାୟୀ କୋନା କାଉଣ୍ଟି ଦେଇ ଯିବ ବୋଲି ଆଶା କରାଯାଉଛି । ଏହା ପ୍ରକୃତ ନିୟନ୍ତ୍ରଣ ରେଖାର ଠିକ୍ ଉତ୍ତରରେ ଅବସ୍ଥିତ । ତେବେ ଚୀନର ଏହି ବିସ୍ତାରବାଦୀ ନୀତିକୁ ନେଇ ଭାରତୀୟ ସେନା କହିଥିଲା ଏଲଏସି ନିକଟରେ ବଡ ପରିମାଣରେ ଚୀନ୍ ନିଜର ଇମଫାଷ୍ଟ୍ରକଚର୍ ଡେଭଲପ୍ କରୁଛି । ଚୀନ୍ ସୀମା ନିକଟରେ ସଡକ, ରେଳ ଏବଂ ଏୟାର କନେକ୍ଟିଭିଟି ବଡାଉଛି । ଏହାଦ୍ୱାରା ପିଏଲଏର କ୍ଷମତା ବଢିବ । ତେଣୁ ସ୍ଥିତିକୁ ମୁକାବିଲା କରିବା ପାଇଁ ଆମେ ବି କ୍ଷମତା ଏବଂ ମେକାନିଜିମର ବିକାଶ କରୁଛୁ । ତେବେ କୁହାଯାଉଛି କି ଚୀନ୍ ଏଲଏସି ନିକଟରେ ହାଇୱା ନିର୍ମାଣ କରି ଭାରତକୁ ଘେରିବାର ପ୍ଲାନ୍ ବନାଉଛି ।