ଭାରତକୁ ଅଣାଯିବ କୁଖ୍ୟାତ ଆତଙ୍କବାଦୀ ତାହାଉର ରାଣା । ପାକିସ୍ତାନରେ ଜନ୍ମ, କାନାଡାରେ ବ୍ୟବସାୟ କରୁଥିବା ତାହାଉର ରାଣା ୨୦୦୮ରେ ହୋଇଥିବା ୨୬/୧୧ ମୁମ୍ବାଇ ଆକ୍ରମଣରେ ଆତଙ୍କବାଦୀଙ୍କୁ ସହଯୋଗ କରିଥିଲା। ତାକୁ ଭାରତକୁ ପ୍ରତ୍ୟାର୍ପଣ କରିବା ପାଇଁ ଆମେରିକାର କାଲିଫର୍ଣ୍ଣିଆ କୋର୍ଟ ଅନୁମତି ଦେଇଛନ୍ତି। ଭାରତର ତଦନ୍ତକାରୀ ସଂସ୍ଥା ଏନଆଇଏ ମାମଲାର ତଦନ୍ତ କରୁଛି। ମୁମ୍ବାଇ ଆକ୍ରମଣ ପଛରେ ଲସ୍କର ଇ ତୋଇବାର ହାତ ଥିବା ସ୍ପଷ୍ଟ ହୋଇଥିଲା । ତାହାଉରକୁ ଆମେରିକାରେ ଗିରଫ କରାଯାଇଥିଲା । ସେବେଠୁ ତାକୁ ଭାରତ ଆଣିବାକୁ ପ୍ରୟାସ କରାଯାଉଛି । କିଛି କୁଟନୈତିକ ସମସ୍ୟା ଯୋଗୁଁ ତାକୁ ଭାରତ ଅଣାଯାଇପାରୁନଥିଲା । ଏବେ କିନ୍ତୁ ତାହା ସମ୍ଭବ ହୋଇଛି । ତାହାଉରର ପିଲା ବେଳର ସାଙ୍ଗ ଡେଭିଡ କୋଲେମନ ହେଡଲି ଲସ୍କର ଇ ତୋଇବା ସହ ସାମିଲ ଥିଲା । ଆକ୍ରମଣ ପାଇଁ ଆତଙ୍କବାଦୀଙ୍କୁ ସବୁ ପ୍ରକାର ସହଯୋଗ କରିଥିଲା ତାହାଉର । ସେବେଠୁ ଭାରତ ପାଇଁ ମୋଷ୍ଟ ଓ୍ବାଣ୍ଟେଡ ହୋଇଯାଇଥିଲା ।
More Stories
ବାଂଲାଦେଶକୁ ବତ୍ୟା ଆଶଙ୍କା, ଓଡିଶାରୁ ଟଳିଲା ବିପଦ
ମିଥ୍ୟା ଦୁଷ୍କର୍ମ ଅଭିଯୋଗରେ ଯୁବକଙ୍କୁ ନ୍ୟାୟ, ଏବେ ଜେଲ ଯିବେ ମହିଳା
ରତନ ଟାଟଙ୍କ ପରେ କିଏ ସମ୍ଭାଳିବ ସାମ୍ରାଯ୍ୟ, ଚାଲିଛି ଖୁବ୍ ଚର୍ଚ୍ଚା