ଓଡ଼ିଶା ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ପାହାଡପୁର ଓ ରାଇରଙ୍ଗପୁରରେ ରାଷ୍ଟ୍ରପତିଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ପ୍ରଥମେ ରାଷ୍ଟ୍ରପତି ନିଜ ବାସଭବନରୁ ବାହାରି ପାହାଡପୁର ପହଞ୍ଚିଛନ୍ତି । ପାହାଡପୁରରେ ମୁର୍ମୁ ଛକରେ ସ୍ୱର୍ଗତ ଶ୍ୟାମଚରଣ ମୁର୍ମୁଙ୍କ ପ୍ରତିମୂର୍ତି ଉନ୍ମୋଚନ କରିଛନ୍ତି । ସ୍ୱାମୀଙ୍କ ପ୍ରତିମୂର୍ତିରେ ମାଲ୍ୟର୍ପଣ କରି ଭାବବିହ୍ୱଳ ହୋଇଛନ୍ତି ରାଷ୍ଟ୍ରପତି । ଏହାପରେ ଏଲଆଣ୍ଡଟି ଦ୍ୱାରା ପରିଚାଳିତ ହେବାକୁ ଥିବା ଦକ୍ଷତା ବିକାଶ କେନ୍ଦ୍ରକୁ ଉଦଘାଟନ କରିଛନ୍ତି । ସେଠାରୁ ପାହାଡପୁରରେ ନିଜେ ଗଢିଥିବା ଏସଏଲଏସ୍ ଆବାସିକ ବିଦ୍ୟାଳୟକୁ ମହାମହିମ, ସେଠାରେ ଛାତ୍ରଛାତ୍ରୀଙ୍କ ସହିତ ଭାବ ବିନିମୟ କରିବେ । ଏହାପରେ ରେଳ ବିଭାଗ ଦ୍ୱାରା ପ୍ରସ୍ତୁତ ତିନିଟି ନୂଆ ଟ୍ରେନର ଶୁଭାରମ୍ଭ କରିବେ ମହାମହିମ । ବାଦାମପାହାଡ-ରାଉରକେଲା ମେମୁ, ବାଦାମପାହାଡ-ରାଉରକେଲା ସାପ୍ତାହିକ ଓ ବାଦାମପାହାଡ-ସାଲିମାର ସାପ୍ତାହିକ ଟ୍ରେନର ଶୁଭାରମ୍ଭ ହେବ । ଏହି ଅବସରରେ ରାଷ୍ଟ୍ରପତିଙ୍କ ଦ୍ୱାରା ଅମ୍ରିତ ଷ୍ଟେସନ୍ ଯୋଜନାରେ ବାଦାମପାହାଡ ରେଳ ଷ୍ଟେସନର ଭିତିପ୍ରସ୍ତର ସ୍ଥାପନ ହେବ । ପରେ ଭର୍ଚୁଆଲ ଜରିଆରେ ରାଇରଙ୍ଗପୁର ନୂଆ ପୋଷ୍ଟାଲ ଡିଭିଜନର ଶୁଭାରମ୍ଭ କରିବେ ରାଷ୍ଟ୍ରପତି । ଏଥିସହ ଡାକ ବିଭାଗ ଦ୍ୱାରା ସ୍ୱତନ୍ତ୍ର କଭର ଉନ୍ମୋଚନ କାର୍ଯ୍ୟକ୍ରମ ରହିଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା