The Topmost

“The eyes believe themselves, the ears believe other people.”

Puri-Jagannath-temple

ଭାଇରାଲ ହେଉଛି ଶ୍ରୀମନ୍ଦିର ଚାପ ବଳୟ ନକ୍ସା

ପୁରୀ: ମାର୍ଚ୍ଚ ୨୬: ବିଭିନ୍ନ କାରଣକୁ ନେଇ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ପାଇଁ ବିବାଦ ଦେଖାଦେଇଛି । କିନ୍ତୁ ଏବେ ଘଟଣାକ୍ରମ କିଛି ଭିନ୍ନ । ବର୍ତ୍ତମାନ ଶ୍ରୀମନ୍ଦିର ନିର୍ମାଣ ଶୈଳୀ ଓ ଏହାର ଚାପ ବଳୟକୁ ନେଇ ଏକ ନକ୍ସା ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ସୁଚନା ଅନୁସାରେ ସମ୍ବଲପୁରର ଜଣେ ବ୍ୟକ୍ତି ଏହାକୁ ପ୍ରଥମେ ସୋସିଆଲ ସାଇଟରେ ଅପଲୋଡ କରିଥିଲେ । ତାପରେ ପୁରୀ ଜିଲ୍ଲାରେ ଏହି ଚିତ୍ରକୁ ନେଇ ବିବାଦ ଦେଖାଦେଇଥିଲା । ଶ୍ରୀମନ୍ଦିର କେଉଁଭଳି ଚାପବଳୟ ଉପରେ ଠିଆ ହୋଇଛି ଓ ଏହି ଚାପ ବଳୟ ଖନନ କଲେ ଶ୍ରୀମନ୍ଦିର ଉପରେ କି ପ୍ରଭାବ ପଡ଼ିବ, ସେ ଉପରେ ଚିତ୍ରରେ ଦର୍ଶାଯାଇଛି। ସମ୍ବଲପୁରର ଏହି ବ୍ୟକ୍ତିଙ୍କ ଅନୁଯାଇ ମାଟି, ବାଲିର ଏହି ଚାପ ବଳୟ ଶ୍ରୀମନ୍ଦିର ଓଜନ ହେତୁ ସୃଷ୍ଟି ହୋଇଛି। କିନ୍ତୁ ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଖନନ ଓ ନିର୍ମାଣ ଏହି ଚାପ ବଳୟକୁ ପ୍ରଭାବିତ କରୁଛି । ଚାପ ବଳୟ ପ୍ରଭାବିତ ହେବା ଦ୍ୱାରା ମାଟିର ଓଜନ ଧାରଣ କ୍ଷମତାରେ ବି ହ୍ରାସ ପାଉଛି। ଯାହା ଶ୍ରୀମନ୍ଦିରରେ ଫାଟ ସୃଷ୍ଟି ହେବାର ମୁଖ୍ୟ କାରଣ ହୋଇପାରେ। ତେବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଶ୍ରୀମନ୍ଦିର ଫାଟର ଏହା କାରଣ ହୋଇଥାଇପାରେ । http://thetopmost.in/?p=833

http://thetopmost.in/?p=830

http://thetopmost.in/?p=827

http://thetopmost.in/?p=798

https://twitter.com/JagannathaDhaam/status/1507346298017484804

ଏପରିସ୍ଥିତିରେଐତିହ୍ୟ କରିଡରର ନିର୍ମାଣକୁ ତୀବ୍ର ବିରୋଧ କରାଯିବା ସହିତ ଭକ୍ତ, ସେବାୟତ ମହଲରେ ବି ଏହାକୁ ନେଇ ତର୍କବିତର୍କ ଆରମ୍ଭ ହୋଇଯାଇଛି।