ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଭର୍ଚୁଆଲରେ ଶୁଣାଣି । ଏଥି ପାଇଁ ଓଡ଼ିଶା ତରଫରୁ ଶୁକ୍ରବାର ମହାନଦୀ ଅବବାହିକାରେ ଭୂତଳ ଜଳ ଉପଲବ୍ଧତା ସଂକ୍ରାନ୍ତରେ ବିଶେଷଜ୍ଞ ଗୁଲାବ ପ୍ରସାଦଙ୍କ ସତ୍ୟପାଠ ଦାଖଲ କରାଯାଇଛି । ସେହିଭଳି ଛତିଶଗଡ ସରକାର ମଧ୍ୟ ସତ୍ୟପାଠ ଦାଖଲ କରିଛନ୍ତି । ମହାନଦୀ ଜଳବିବାଦ ନେଇ ମିଳିତ ସୂଚନା ଫର୍ମାଟ୍ ଦାଖଲ ନିମନ୍ତେ ଟ୍ରିବ୍ୟୁନାଲ ପକ୍ଷରୁ ବାରମ୍ବାର ନିର୍ଦ୍ଦେଶ ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ ଏହାକୁ ଚୂଡାନ୍ତ କରିବା ପାଇଁ ବିଶେଷଜ୍ଞମାନଙ୍କ ବୈଠକ ୩ ଥର ହୋଇ ଥିବାବେଳେ ଏ ପର୍ଯ୍ୟନ୍ତ ଏହା ଚୂଡାନ୍ତ ହୋଇପାରିନି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା