ପଞ୍ଜାବର ଭଟିଣ୍ଡା ସ୍ଥିତ ମିଲିଟାରୀ ଷ୍ଟେସନରେ ଗୁଳିକାଣ୍ଡ । ଆଜି ଭୋର ୪ଟା ୩୫ ସମୟରେ ଭୟାବହ ଗୁଳିକାଣ୍ଡ ଘଟିଛି । ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣା ପରେ ପୁରା ଅଞ୍ଚଳକୁ ସିଲ କରାଯାଇ ସର୍ଚ୍ଚ ଅପରେସନ୍ ଜାରି କରାଯାଇଛି । ଏହା କୌଣସି ଆତଙ୍କବାଦୀ ଆକ୍ରମଣ ନୁହେଁ ବରଂ ସେନାରେ କ୍ୟାମ୍ପରେ ଯବାନ ମାନଙ୍କର ଆଭ୍ୟନ୍ତରୀଣ ସମସ୍ୟା ଯୋଗୁଁ ଘଟିଛି ବୋଲି ସୂଚନା ଦେଇଛନ୍ତି ଭଟିଣ୍ଡାର ଏସଏସପି । ମିଲିଟାରୀ ଷ୍ଟେସନ ଭିତରକୁ ପୁଲିସକୁ ଯିବାକୁ ମଧ୍ୟ ଅନୁମତି ଦିଆଯାଇନାହିଁ । ସୂଚନା ଅନୁସାରେ, ଏହି ଘଟଣା ଅଫିସର୍ସ ମେସ୍ ଭିତରେ ଘଟିଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ