The Topmost

“The eyes believe themselves, the ears believe other people.”

ବଡ଼ ମ୍ୟାଚ ପୂର୍ବରୁ ଭାରତକୁ ବଡ଼ ଝଟକା

ବଡ଼ ମ୍ୟାଚ ପୂର୍ବରୁ ଭାରତକୁ ବଡ଼ ଝଟକା ଲାଗିଛି । ଦଳର ମୁଖ୍ୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ଟିମରୁ ବାଦ ପଡିଥିବା ବେଳେ ଅନ୍ୟ ଦୁଇ ବ୍ୟାଟର ମଧ୍ୟ ଆହତ ହୋଇଛନ୍ତି । ସୂର୍ଯ୍ୟକୁମାର ଯାଦବ ଏବଂ ଇଶାନ କିଶାନ ଆହତ ହୋଇଛନ୍ତି । ତେଣୁ ଆଜିର ମ୍ୟାଚରେ କିଏ ଖେଳିବ ତାକୁ ନେଇ ଏବେବି ଦ୍ୱନ୍ଦ୍ୱ ଲାଗି ରହିଛି । ଶନିବାର ଅଭ୍ୟାସ ସମୟରେ ଏହି ଦୁଇ ବ୍ୟାଟର ଆହତ ହୋଇଛନ୍ତି । ଥ୍ରୋ ଡାଉନ ଅଭ୍ୟାସ କରୁଥିବା ବେଳେସୂର୍ଯ୍ୟକୁମାରଙ୍କ ଡାହାଣ ହାତରେ ଆଘାତ ଲାଗିଛି । ତାଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ପରେ ଡ୍ରେସିଂ ରୁମ ନିଆଯାଇଥିଲା । ସେହିପରି ଇଶାନ ଅଭ୍ୟାସ କରୁଥିବା ବେଳେ ମହୁମାଛି ଆକ୍ରମଣରେ ଶୀକାର ହୋଇଛନ୍ତି । ଇଶାନଙ୍କ ବେକ ପଛ ପଟେ ମହୁମାଛି କାମୁଡି ଦେବାକୁ ସେ ବ୍ୟାଟ ଫୋପାଡି ଚାଲି ଯାଇଥିଲେ । ତେବେ ସେମାନେ କେତେ ଗୁରୁତର ଅଛନ୍ତି ସେମ୍ପର୍କରେ ଟିମ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ତେଣୁ ଆଜିର ମ୍ୟାଚ କିଏ ଖେଳିବ ତାକୁ ନେଇ ଏବେବି ଦ୍ୱନ୍ଦ୍ୱ ଲାଗି ରହିଛି ।