The Topmost

“The eyes believe themselves, the ears believe other people.”

ବ୍ୟାଙ୍କକ୍ ଓ ସିଙ୍ଗାପୁରକୁ ଉଡ଼ିବ ବିମାନ

ସିଙ୍ଗାପୁର ଓ ବ୍ୟାଙ୍କକକୁ ବିମାନ ଟିକେଟ ବିକ୍ରିର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ବାରା ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରକୁ ଯୋଗାଯୋଗ ସହଜ ଓ ସୁଲଭ ହେବ । ଲୋକଙ୍କ ସ୍ବାର୍ଥ ରକ୍ଷା କରି ଆନ୍ତର୍ଜାତିକ ବିମାନ ଚଳାଇବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ । ଜୁନ ୩ ତାରିଖରୁ ବ୍ୟାଙ୍କକ୍ ଓ ସିଙ୍ଗାପୁରକୁ ଚାଲିବ ଇଣ୍ଡିଗୋ ବିମାନ । ମେ ୧୫ ତାରିଖରୁ ଦୁବାଇକୁ ଚାଲିବ ବିମାନ ଏବଂ ଏଥିପାଇଁ ପୂର୍ବରୁ ମୁଖ୍ୟମନ୍ତ୍ରୀ ଦୁବାଇ ଟିକେଟ ବୁକିଂର ଶୁଭାରମ୍ଭ କରିଥିଲେ । ଏହାଦ୍ବାରା ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ବିଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧିରେ ସହାୟକ ହେବ । ଏଥିସହିତ ଆଇଟି କ୍ଷେତ୍ରର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।  ଭୁବନେଶ୍ବରରୁ ଦୁବାଇ ସୋମବାର, ବୁଧବାର ଓ ଶୁକ୍ରବାର ବିମାନ ଉଡିବ । ଏକପାଖିଆ ବିମାନ ଯାତ୍ରା ପାଇଁ ଫେୟାର ୧୦ ହଜାର ଟଙ୍କା ଥିବା ବେଳେ ଉଭୟ ପକ୍ଷର ଯାତ୍ରା ପାଇଁ ୨୦ ହଜାର ଟଙ୍କା ଫେୟାର ରହିଛି । ସେହିଭଳି ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍ଗକକକୁ ଫେୟାର ସାଢେ ୭ ହଜାର ଓ ୧୫ ହଜାର ଟଙ୍କା । ସପ୍ତାହର ପ୍ରତି ମଙ୍ଗଳବାର ଓ ଶନିବାର ସିଙ୍ଗାପୁର ଓ ବ୍ୟାଙ୍କକକୁ ବିମାନ ଉଡ଼ିବ ।