ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ହାଇଆଲର୍ଟରେ ଟ୍ୱିନ୍ ସିଟି । କାରକେଡ ଯିବା ବେଳେ ଲୋକଙ୍କ ପାଇଁ ହେବ ଟ୍ରାଫିକ ଡାଇଭର୍ସନ । ସୁରକ୍ଷା ପାଇଁ ଛାତ ଉପରେ ଜଗିବେ ଗନ ମ୍ୟାନ୍ ପୋଲିସ୍ । ପ୍ରଥମେ warning car ଓ ପଛେ ପଛେ ପାଇଲଟିଂ ଭ୍ୟାନ୍ ଯିବ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ଲୁ ବୁକ୍ ଗାଇଡଲାଇନ ଅନୁସାରେ ଏୟାରପୋର୍ଟରୁ କାରକେଡ କରାଯିବ । ୩୦ଟି କାର୍ ରାଷ୍ଟ୍ରପତିଙ୍କ କାରକେଡରେ ସାମିଲ ହେବ । କ୍ଲିଅରିଂ କାର୍, ଜାମର ଭ୍ୟାନ୍, ଟେକନୋ କାର୍, ଭିଭିଆଇପି କାର୍ ଏହି କାରକେଡରେ ରହିବ । ଏସକର୍ଟ-୧ରେ ରାଷ୍ଟ୍ରପତିଙ୍କ ନିଜସ୍ୱ ସୁରକ୍ଷା କର୍ମୀ ଓ ଏସକର୍ଟ-୨ରେ ଓଡ଼ିଶା ପୋଲିସ ଅଫିସର ରହିବେ । ଶେଷରେ ଆମ୍ବୁଲାନ୍ସ ଓ ଫାୟାର ଗାଡ଼ି ରହିବ । ମୋଟ ୪୦ ପ୍ଲାଟୁନ ଫୋର୍ସ ଓ ୨ ଶହ ଅଫିସର ମହାମହିମଙ୍କ ସୁରକ୍ଷା ଦାୟିତ୍ୱରେ ରହିବେ । ସେହିପରି ମହାମହିମଙ୍କ ଦର୍ଶନ ବେଳେ ଲିଙ୍ଗରାଜ ମନ୍ଦିର ହେବ ନୋ ମ୍ୟାନ୍ ଜୋନ୍ ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି