ବ୍ରିଟେନର ଲିସେଷ୍ଟରରେ ହିନ୍ଦୁଙ୍କ ଉପରେ ଆକ୍ରମଣ । ତେବେ ଲିସେଷ୍ଟରରେ ଏହି ଆକ୍ରମଣ କିଛି ମୁସଲିମ୍ ଯୁବକ କରିଛନ୍ତି । ଅଗଷ୍ଟ ୨୮ରେ ଏସିଆ କପ୍ କ୍ରିକେଟ୍ ମ୍ୟାଚ୍ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିଲା । ସେହିଦିନ କିଛି ହିନ୍ଦୁବ୍ୟକ୍ତି ଏବଂ ସେମାନଙ୍କ ଘର ଉପରେ ମୁସଲମାନମାନେ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକରି ହିନ୍ଦୁମାନେ ଗତକାଲି ଲିସେଷ୍ଟର ସହର ରାସ୍ତାରେ ବିକ୍ଷୋଭ କରିଥିଲେ । ତେବେ କିଛି ମୁସଲିମ ଲୋକ ଆନ୍ଦୋଳନକାରୀଙ୍କ ଉପରକୁ କାଚ ବୋତଲ ଫିଙ୍ଗିଥିଲେ । ଏଥିସହିତ ପୁଲିସ ସମ୍ମୁଖରେ କିଛି ମୁସଲିମ ଲୋକ ଗେରୁଆ ପତାକାକୁ ଅସମ୍ମାନ କରାଯାଇଥିଲା । ଶନିବାର ହିଂସା ମାମଲାରେ ଲିସେଷ୍ଟର ପୁଲିସ ଦୁଇଜଣଙ୍କୁ ଗିରଫ କରିଛି । ତେବେ ବିବାଦ ଆରମ୍ଭ ଦିନଠାରୁ ଏହି ମାମଲାରେ ଏପର୍ଯ୍ୟନ୍ତ ୨୭ ଜଣଙ୍କୁ ଗିରଫ କରାଯାଇଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ