The Topmost

“The eyes believe themselves, the ears believe other people.”

ବ୍ରିଟେନକୁ ପୁଣି ଲେଉଟିଲା କୋଭିଡ ବିପଦ

ବ୍ରିଟେନକୁ ପୁଣି ଲେଉଟିଲା କୋଭିଡ ବିପଦ । EG.5.1 ନାମକ ଏକ ନୂଆ ଭାରିଆଣ୍ଟ ବର୍ତ୍ତମାନ ଦେଶରେ ବ୍ୟାପିବାରେ ଲାଗିଛି । ଓମିକ୍ରନ ଭାରିଆଣ୍ଟରୁ EG.5.1 ଉତ୍ପତ୍ତି ହୋଇଥିବା ସୂଚନା ମିଳିଛି । EG.5.1କୁ ଏରିସ କୁହାଯାଉଥିବାବେଳେ ଗତମାସରେ ଏହି ଭାରିଆଣ୍ଟକୁ ବିଭିନ୍ନ ସ୍ଥାନରେ ସନ୍ଧାନ କରାଯାଇଥିଲା । ସାରା ଦେଶରେ ଏହି ଭାରିଆଣ୍ଟ ଦ୍ରୁତ ଗତିରେ ପ୍ରସାରିତ ହେଉଛି ବୋଲି କୁହାଯାଇଛି । ବ୍ରିଟେନ ସ୍ବାସ୍ଥ୍ୟ ନିରାପତ୍ତା ଏଜେନ୍ସି ବା ୟୁକେଏଚଏସଏ ପକ୍ଷରୁ କୁହାଯାଇଛି ୭ ଜଣ ନୂଆ କୋଭିଡ ସଂକ୍ରମିତଙ୍କ ମଧ୍ୟରୁ ଜଣେ ଏରିସ ଜରିଆରେ ସଂକ୍ରମିତ ହେଉଛନ୍ତି । ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୪ ଦଶମିକ ୬ ପ୍ରତିଶତ ଲୋକ ଏରିସ ସଂକ୍ରମିତ ଅଛନ୍ତି । ଦେଶରେ ଏରିସ ଭାରିଆଣ୍ଟ ଦ୍ବିତୀୟ ଶକ୍ତିଶାଳୀ ଭାରିଆଣ୍ଟ ବୋଲି କୁହାଯାଇଛି । ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ ଅଧିକ କୋଭିଡ ସଂକ୍ରମିତ ବ୍ରିଟେନରେ ଚିହ୍ନଟ ହୋଇଛନ୍ତି । ଗତ ଜୁଲାଇରେ ଦେଶରେ V-23JUL-01 ନାମକ ଏକ ଭାରିଆଣ୍ଟ ଚିହ୍ନଟ ହୋଇଥିଲା । ସେପଟେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ EG.5.1କୁ ଟ୍ରାକ କରିବା ଲାଗି ପଦକ୍ଷେପ ନିଆଯାଇଛି ।