The Topmost

“The eyes believe themselves, the ears believe other people.”

ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଅଚାନକ ୟୁକ୍ରେନ ଗସ୍ତ

() ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଅଚାନକ ୟୁକ୍ରେନ ଗସ୍ତ । ସେ କିଭ୍ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା...

() ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଅଚାନକ ୟୁକ୍ରେନ ଗସ୍ତ । ସେ କିଭ୍ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଥିବାବେଳେ ଦୁଇ ମାସ ମଧ୍ୟରେ ଜନସନଙ୍କ ଏହା ହେଉଛି ଦ୍ୱିତୀୟ କିଭ୍ ଗସ୍ତ । ସେଠାରେ ସେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ ସାକ୍ଷାତ କରିବା ସହ ଯୁଦ୍ଧର ଅବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି । ଏହାସହ ୟୁକ୍ରେନକୁ ବ୍ରିଟେନ ବିଭିନ୍ନ ସହାୟତା ଜାରି ରଖିବ ବୋଲି ସେ କହିଛନ୍ତି । ୟୁରୋପିଆନ ୟୁନିଅନରେ ସାମିଲ ହେବା ଲାଗି ବାଟ ସଫା ହେଉ ଥିବାବେଳେ, ଜନସନଙ୍କ ଏହି ଗସ୍ତ ଗୁରତ୍ୱପୂର୍ଣ୍ଣ ଅଟେ । ସେପଟେ ଆସନ୍ତା ୨୩ ଓ ୨୪ରେ ବସୁଥିବା ୟୁରୋପୀୟ ରାଷ୍ଟ୍ରସଂଘ ବୈଠକରେ ୟୁକ୍ରେନକୁ ସଦସ୍ୟତା ପ୍ରଦାନ କରାଯାଇପାରେ ବୋଲି ସୂଚନା ମିଳିଛି । ଦିନକୁ ଦିନ ଋଷ ବିରୋଧରେ ୟୁକ୍ରେନ ଶକ୍ତିହୀନ ହେଉଥିବା ବେଳେ ଖୁବ୍ ଶୀଘ୍ର ଜନସନ୍ ୟୁକ୍ରେନକୁ ଯୁଦ୍ଧାସ୍ତ୍ର ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରିବା ନେଇ ସୂଚନା ମିଳିଛି ।