The Topmost

“The eyes believe themselves, the ears believe other people.”

ବ୍ରିଜ ଭୂଷଣଙ୍କ ଚାଲେଞ୍ଜକୁ ଗ୍ରହଣ କଲେ କୁସ୍ତିଯୋଦ୍ଧା

ବ୍ରିଜ ଭୂଷଣଙ୍କ ଚାଲେଞ୍ଜକୁ ଗ୍ରହଣ କଲେ ଧାରଣାରତ କୁସ୍ତିଯୋଦ୍ଧା । ଆଜି ଧାରଣାରେ ବସିଥିବା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ମଧ୍ୟ ବ୍ରିଜ ଭୂଷଣଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି । ସେ କହିଛନ୍ତି କି, ଆମେ ପ୍ରଥମରୁ ଏକଥା କହିଛୁ,ହେଲେ ଆଜି ବ୍ରିଜ ଭୂଷଣ କହୁଛନ୍ତି । ବଜରଙ୍ଗ ପୁନିଆ କହିଛନ୍ତି କି, ଯଦି ସଂଘର ଦୁର୍ନୀତି ଗଣିବାର ଅଛି ତେବେ ଆମେ ନାର୍କୋ ଟେଷ୍ଟ ପାଇଁ ପ୍ରସ୍ତୁତ ଅଛୁ । ଏହାସହ ପୁନିଆ କହିଛନ୍ତି କି, ଆମମାନଙ୍କର ନାର୍କୋଟେଷ୍ଟ ହେବା ସହ ବିନୋଦ ତୋମର, ଜିତେନ୍ଦ୍ର ଓ ଧୀରେନ୍ଦ୍ର ପ୍ରତାପଙ୍କର ନାର୍କୋଟେଷ୍ଟ ବି ହେବା ଆବଶ୍ୟକ । ଏକ ସାମ୍ବାଦିକ ସମ୍ମିଳନୀ କରି ଧାରଣାରେ ବସିଥିବା ସାକ୍ଷୀ ମଲ୍ଲିକ, ବଜରଙ୍ଗ ପୁନିଆ ଓ ବିନେଶ ଫୋଗଟ ପୁଣି ବ୍ରିଜଭୂଷଣଙ୍କ ଉପରେ ବର୍ଷିଛନ୍ତି । ପୁଣିଥରେ ଯୌନ ଉତ୍ପୀଡନ ମାମଲା ଦୋହରାଇବା ସହ ଉଭୟ ଅଭିଯୁକ୍ତ ଓ ଅଭିଯୋଗକାରୀଙ୍କ ନାର୍କୋଟେଷ୍ଟ ସୁପ୍ରିମକୋର୍ଟଙ୍କ ଜରିଆରେ ହେଉ ବୋଲି ଦାବି କରିଛନ୍ତି ।

SHARE BY