ବ୍ରିଜଭୂଷଣ ଶରଣ ସିଂଙ୍କ ବାସଭବନକୁ ଦିଲ୍ଲୀ ପୋଲିସ ମହିଳା କୁସ୍ତିଯୋଦ୍ଧା ସଙ୍ଗୀତା ଫୋଗାଟଙ୍କୁ ନେବାକୁ ନେଇ ପ୍ରଶ୍ନ ଉଠାଇଲେ ସାକ୍ଷୀ ମଲ୍ଲିକ । କହିଲେ- ମହିଳା କୁସ୍ତିଯୋଦ୍ଧାଙ୍କ ମାନସିକ ସ୍ଥିତି ବୁଝିବାକୁ ଚେଷ୍ଟା କରନ୍ତୁ । ଏହା ଏକ ପ୍ରକାର ଶୋଷଣ । ପୋସ୍କ ମାମଲାରେ ଅଭିଯୋଗକାରୀଙ୍କ ବୟାନ ବଦଳି ଯାଇଛି । ବ୍ରିଜଭୂଷଣଙ୍କୁ ଗିରଫ କରା ନଗଲେ ତଦନ୍ତ ପ୍ରଭାବିତ ହେବ । ବ୍ରିଜଭୂଷଣ କୁସ୍ତିଯୋଦ୍ଧାଙ୍କ ଉପରେ ଚାପ ପକାଉଛନ୍ତି । ହରିୟାଣାର ସୋନିପତ ଧର୍ମଶାଳାରେ କୁସ୍ତିଯୋଦ୍ଧାଙ୍କ ମହା ପଞ୍ଚାୟତ ହୋଇଥିଲା । ଏଥିରେ ଏକାଧିକ ଚାଷୀ ନେତା ସାମିଲ ହୋଇଥିଲେ । ମହା ପଞ୍ଚାୟତ ପରେ କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ କହିଥିଲେ, ‘ବ୍ରିଜଭୂଷଣଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ଆମ ଆନ୍ଦୋଳନ ଜାରି ରହିବ । ୧୫ ଦିନର ସମୟ ଦିଆଯାଇଥିଲା । ମୁଁ ପ୍ରଥମ ଦିନରୁ କହି ଆସୁଛି, ଅଭିଯୁକ୍ତ ଗିରଫ ହେବା ଦରକାର ।’
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ