‘ରେସ୍ଲିଙ୍ଗ୍ ଫେଡେରେସନ୍’ର ମୁଖ୍ୟ ବ୍ରିଜ୍ଭୂଷଣଙ୍କ କାର୍ଯ୍ୟକଳାପକୁ ପାପ ବୋଲି କହିବା ସହିତ ତାଙ୍କୁ ଜେଲ୍ରେ ଭର୍ତ୍ତି କରିବା ଲାଗି ରାଜସ୍ଥାନର ଭିଲ୍ୱାରାରେ ଆୟୋଜିତ ୩ ଦିନିଆ ଯୋଗ ଶିବିରକୁ ଯାଇଥିବା ବାବା ରାମଦେବ କହିଛନ୍ତି। ବ୍ରିଜ୍ଭୂଷଣଙ୍କ ବିଷୟରେ ପଚାରାଯିବାରୁ ରାମଦେବ କହିଲେ, କୁସ୍ତି ମହାସଂଘର ମୁଖ୍ୟଙ୍କ ନାଁରେ ଆଗତ ହୋଇଥିବା ଉତ୍ପୀଡ଼ନ ଅଭିଯୋଗ ଏବଂ ଦେଶର କୁସ୍ତି ଖେଳାଳିମାନେ ଜନ୍ତର ମନ୍ତରରେ ବସି ପ୍ରତିବାଦ କରିବା ଅତ୍ୟନ୍ତ ଲଜ୍ଜାକର କଥା। ସେଭଳି ଲୋକକୁ ତୁରନ୍ତ ଗିରଫ କରାଯାଇ ଜେଲ୍ରେ ଭର୍ତ୍ତି କରାଯିବା ଉଚିତ। ସବୁଦିନ ସେ ମାଆ, ଭଉଣୀ ଓ ଝିଅମାନଙ୍କ ବିରୋଧରେ ଅପ୍ରୀତିକର କଥା କହୁଛନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ ଓ ମନ୍ଦ କାର୍ଯ୍ୟ, ପାପ ମଧ୍ୟ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ