The Topmost

“The eyes believe themselves, the ears believe other people.”

ବ୍ରାଜିଲରେ ରାଜନୈତିକ ହିଂସା

ବ୍ରାଜିଲରେ ରାଜନୈତିକ ବିବାଦ । ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ପ୍ରଦର୍ଶନକାରୀ । ବର୍ତ୍ତମାନର ରାଷ୍ଟ୍ରପତି ଓ ପୂର୍ବତନ ରାଷ୍ଟ୍ରପତିଙ୍କ ସମର୍ଥକଙ୍କୁ ନେଇ ହୋଇଥିବା ମୁହାଁମୁହିଁ ନେଇଛି ସାଂଘାତିକ ରୂପ । ପୂର୍ବତନ ରାଷ୍ଟ୍ରପତି ବୋଲସୋନାରୋଙ୍କ ସମର୍ଥକ ବ୍ରାଜିଲର ସୁପ୍ରିମକୋର୍ଟ, ସଂସଦ ଏବଂ ରାଷ୍ଟ୍ରପତି ଭବନ ଉପରେ ଆକ୍ରମଣ କରିଛନ୍ତି । ବ୍ରାଜିଲର ରାଜଧାନୀ ବ୍ରାଜିଲିଆରେ ବିଲ୍ଡିଂ ଭଙ୍ଗାରୁଜା କରିଛନ୍ତି । ବୋଲସୋନାରଙ୍କ ସମର୍ଥକ ସୁପ୍ରିମକୋର୍ଟ , ରାଷ୍ଟ୍ରପତି ଭବନ ଆଦି ସ୍ଥାନରେ ପଶି ଆସବାବପତ୍ର ନଷ୍ଟ କରିଛନ୍ତି । ତେବେ ଏହି ନିର୍ବାଚନୀ ପରବର୍ତ୍ତୀ ହିଂସାରେ ଦେଶର ବହୁ ସ୍ଥାନରେ ପୁଲିସ ଓ ପ୍ରଦର୍ଶନକାରୀ ମୁହାଁମୁହିଁ ହୋଇଛନ୍ତି । ବୋଲସୋନାରୋଙ୍କ ସମର୍ଥକମାନେ ପୁଲିସ ବ୍ୟାରିକୋଡ଼ ଭାଙ୍ଗି ରାଷ୍ଟ୍ରପତି ଭବନ ମଧ୍ୟରେ ପଶି ଭଙ୍ଗାରୁଜା କରିଛନ୍ତି ।