ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେଉଛି ଭାରତ । ଏହି କ୍ଷେତ୍ରରେ ଭାରତକୁ ମିଳିଛି ଆଉ ଏକ ବଡ ସଫଳତା । ଆଇଏନଏସ ମୋରାମୁଗାଓରୁ ଅତ୍ୟାଧୁନିକ ଗାଇଡେଡ ବିଧ୍ୱଂସକ ବ୍ରହ୍ମୋସ ସୁପରସୋନିମ ମିସାଇଲର ସଫଳ ପରୀକ୍ଷଣ କରାଯାଇଛି । ପ୍ରଥମ ପରୀକ୍ଷଣରେ ମିସାଇଲ ନିର୍ଦ୍ଧାରିତ ଲକ୍ଷ୍ୟ ଭେଦ କରିଛି । ଉଭୟ ଆଇଏନଏସ ମୋରାମୁଗାଓ ଓ ବ୍ରହ୍ମୋସ ସୁପରସୋନିମ ମିସାଇଲ ଭାରତର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କରାଯାଇଛି । ସମୁଦ୍ରରେ ଭାରତୀୟ ନୌସେନାର ଆଗ୍ନେୟାସ୍ତ୍ର ଶକ୍ତିକୁ ଆହୁରୀ ବୃଦ୍ଧି କରିଛି ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ