ବ୍ରହ୍ମୋସ ମିସ୍ ଫାୟାରିଂ ମାମଲାରେ ୩ ବାୟୁସେନା ଅଧିକାରୀ ବରଖାସ୍ତ । ମାର୍ଚ୍ଚ ୯ ତାରିଖ ଦିନ ବ୍ରହ୍ମୋସ କ୍ଷେପଣାସ୍ତ୍ରର ଭୁଲବଶତଃ ପ୍ରକ୍ଷେପଣ ପାଇଁ ତିନି ଜଣ ବାୟୁସେନା ଅଧିକାରୀଙ୍କୁ ଦାୟୀ କରାଯାଇଛି । ଯାହାକୁ ନେଇ କେନ୍ଦ୍ର ସରକାର ଏହି ତିନି ଅଧିକାରୀଙ୍କୁ ବାୟୁସେନାରୁ ବରଖାସ୍ତ କରିଛନ୍ତି । ସୂଚନା ଅନୁସାରେ, ମାର୍ଚ୍ଚ ୯ ତାରିଖ ଦିନ ବ୍ରହ୍ମୋସ କ୍ଷେପଣାସ୍ତ୍ର ପାକିସ୍ତାନ ସୀମାରେ ପଡ଼ିଥିଲା । ତେବେ ଏଥିରେ ଯୁଦ୍ଧାସ୍ତ୍ର ନଥିବାରୁ କୌଣସି କ୍ଷୟକ୍ଷତି ହୋଇନଥିଲା । ଏହି ଘଟଣା ଯୋଗୁ ସେତେବେଳେ ପାକିସ୍ତାନ ଓ ଭାରତ ମଧ୍ୟରେ ବୟାନବାଜୀ ହୋଇଥିଲା । ଏହି ଘଟଣା ପରେ ଏକ ଉଚ୍ଚ ସ୍ତରୀୟ କମିଟି ପୁରା ମାମଲାରେ ତଦନ୍ତ କରିଥିଲା । ତଦନ୍ତରୁ ତିନି ଜଣ ଅଧିକାରୀ ଏହି ଭୁଲ ପାଇଁ ଦାୟୀ ବୋଲି ଜଣା ପଡି଼ଥିଲା । ଅଗଷ୍ଟ ୨୩ ତାରିଖରେ କେନ୍ଦ୍ର ସରକାର ଯେଉଁ ତିନି ଅଧିକାରୀଙ୍କୁ ବାୟୁସେନାରୁ ବରଖାସ୍ତ କରିଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ଗ୍ରୁପ୍ କ୍ୟାପ୍ଟେନ୍,ଜଣେ ୱିଙ୍ଗ କମାଣ୍ଡର ଓ ଜଣେ ସ୍କ୍ୱର୍ଡନ ଲିଡର ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍