The Topmost

“The eyes believe themselves, the ears believe other people.”

ବ୍ରହ୍ମଋଷି ବିଶ୍ୱାମିତ୍ରଙ୍କ ଅହଂଭଙ୍ଗ

ଏକଦା କ୍ଷେତ୍ରୀୟ ରାଜା ବିଶ୍ୱାମିତ୍ର ସୈନ୍ୟ ସାମନ୍ତ ପରିବେଷ୍ଠିତ ହୋଇ ବାହାରକୁ ଯାଉଥିଲେ ଏବଂ ସଂଯୋଗ ବଶତଃ ଋଷି ବଶିଷ୍ଠଙ୍କ ସହିତ ତାଙ୍କର ଦେଖା ହୋଇଥିଲା । ବଶିଷ୍ଠ ରାଜା ବିଶ୍ୱାମିତ୍ରଙ୍କୁ ନିଜ ଆଶ୍ରମ କୁଟିରରେ ବିଶ୍ରାମ ନେବାପାଇଁ କହିଲେ । ରାଜା ବିଶ୍ୱାମିତ୍ର ସମ୍ମତ ହେଲେ ମଧ୍ୟ ମନେ ମନେ ଚିନ୍ତାକଲେ, ମୋର ଏତେ ସୈନ୍ୟ ସାମନ୍ତମାନଙ୍କୁ ବଶିଷ୍ଠ ଚର୍ଚ୍ଚା କରିପାରିବେ? କି;ୁ ବିଶ୍ୱାମିତ୍ରଚକିତ ହୋଇଗଲେ । ଯେତେବେଳେ ସେ ଦେଖିଲେ ଯେ ତାଙ୍କର ବିଶାଳ ଅନୁଗାମୀମାନଙ୍କୁ ବହୁତ ସୁନ୍ଦର ଓ ରାଜକୀୟ ଭାବେ ଆପ୍ୟାୟିତ କଲେ ଋଷି ।

କୁତୁହଳୀ ବିଶ୍ୱାମିତ୍ର ବଶିଷ୍ଠଙ୍କୁ ପଚାରିଲେ ଅରଣ୍ୟ ମଧ୍ୟରେ ଗୋଟିଏ ବୋଲି ଆଶ୍ରମ । ଆପଣ କେଉଁଠୁ କିପରି ସମସ୍ତଙ୍କ ପାଇଁ ଖାଦ୍ୟ ଓ ବ୍ୟବହାର୍ଯ୍ୟ ଦ୍ରବ୍ୟ ସଂଗ୍ରହ କଲେ? ଆଶ୍ରମ ପରିସରରେ ବୁଲୁଥିବା ଏକ ଗାଈ (ନନ୍ଦିନୀ) କୁ ଦେଖାଇ ବଶିଷ୍ଠ କହିଲେ ଏ ମୋର ସମସ୍ତ ଆବଶ୍ୟକତା ପୂରଣ କରିପାରେ । ତା ପରେ ରାଜା ବିଶ୍ୱାମିତ୍ର ବଶିଷ୍ଠଙ୍କୁ କହିଲେ, ତୁମର ଏ ଗାଈଟି ଆଉ ଜଙ୍ଗଲରେ ନରହି ମୋ ରାଜ ଉଆସକୁ ଯିବ । ନିୟମିତଃ ଧନ ସମ୍ପଦ ଦେଉଥିବା ଗାଈ ଉପରେ ରାଜାଙ୍କର ଅଧିକାର ଅଛି । ବଶିଷ୍ଠ କହିଲେ ଗାଈଟି ମୋର ଭଉଣୀ ଭଳି । ତେଣୁ ଯେ କୌଣସି ପରିସ୍ଥିତିରେ ମଧ୍ୟ ମୁଁ ଏହାକୁ ଆପଣଙ୍କୁ ଦେଇ ପାରିବି ନାହିଁ ।

ବିଶ୍ୱାମିତ୍ର ବଶିଷ୍ଠଙ୍କ କଥା ନଶୁଣି ସୈନ୍ୟମାନଙ୍କୁ ଆଦେଶ ଦେଲେ ଗାଈଟିକୁ ବାନ୍ଧି ନେଇଯିବା ପାଇଁ । ବଶିଷ୍ଠଙ୍କ ଆଖିରୁ ଧାରଧାର ଲୁହ ବୋହି ଯାଉଥାଏ । ସେତେବେଳେ ସେ ନନ୍ଦିନୀକୁ କହିଲେ, ମୁଁ କିଛି କରିପାରୁନି । ତୋତେ ନିଜକୁ ନିଜେ ରକ୍ଷା କରିବାକୁ ପଡିବ । ଆଉ ତାପରେ ହଠାତ ନନ୍ଦିନୀଙ୍କ ଦେହରୁ ବାହାରିଲେ ଅସଂଖ୍ୟ ଯୋଦ୍ଧା । ଆଉ ମାତ୍ର ଗୋଟିଏ ମୂହୁର୍ତ୍ତରେ ବିଶ୍ୱାମିତ୍ରଙ୍କ ସୈନ୍ୟ ସାମନ୍ତମାନଙ୍କୁ ପରାସ୍ତ କରିଦେଲେ । ତେବେ ଏପରି ଭାବରେ ଗାଈ ନନ୍ଦିନୀ ଋଷିଙ୍କୁ ରକ୍ଷା କରିବା ସହିତ ନିଜକୁ ମଧ୍ୟ ରକ୍ଷା କଲା । ଆଉ ରାଜା ବିଶ୍ୱାମିତ୍ରଙ୍କ ଅହଂକାରକୁ ମଧ୍ୟ ଖଣ୍ଡନ କଲା ।https://thetopmost.in/fan-celebrate-ranvir-alia-marrige-in-different-style/