ବ୍ରଜରାଜନଗର ଗାନ୍ଧୀ ଛକରେ ପୋଲିସ ଡିଜି । କ୍ରାଇମସ୍ପଟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୋଲିସ ଡିଜିଙ୍କ ସହ ବରିଷ୍ଠ ଅଧିକାରୀ ସ୍ଥିତି ଅନୁଧ୍ୟାନ କରିଛନ୍ତି । ହତ୍ୟାକାଣ୍ଡର ବିଭିନ୍ନ ଦିଗକୁ ନେଇ ଡିଜିପି ତର୍ଜମା କରିଛନ୍ତି । ସେପଟେ, ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ୧୦ ଦିନ ବିତିଛି । ହେଲେ ମୃତ୍ୟୁର କାରଣ ଏବେ ବି ଅସ୍ପଷ୍ଟ । ନବ ଦାସଙ୍କୁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଚଳାଇଥିବା ବେଳେ ଝାରୁସୁଗୁଡାରେ ପହଞ୍ଚିଛନ୍ତି ଜଷ୍ଟିସ ଜେ.ପି ଦାସ । ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ରାଜ୍ୟ ସରକାର ଚିଠି ଲେଖିବା ପରେ ନବଦାସ ହତ୍ୟାକାଣ୍ଡ ତଦନ୍ତର ତଦାରଖ କରୁଛନ୍ତି ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ.ପି ଦାସ । ଆଜି ସେ ନବ ଦାସଙ୍କୁ ହତ୍ୟା କରାଯାଇଥିବା ଗାନ୍ଧୀ ଛକକୁ ଯିବେ । କ୍ରାଇମବ୍ରାଞ୍ଚ କିପରି ତଦନ୍ତ କରୁଛି ତାର ତଦାରଖ କରିବେ । ଏହା ସହ ତଦନ୍ତକାରୀ ଅଧିକାରୀଙ୍କ ସହ ଘଟଣା ସଂପର୍କରେ ଆଲୋଚନା କରିବେ ।
“The eyes believe themselves, the ears believe other people.”
More Stories
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ
ଏଥର ଏସସିବିରେ ଉପଲବ୍ଧ ଏମ୍ଏନ୍ସିୟୁ ସୁବିଧା, ମା ସହ ଚିକିତ୍ସା ପାଇବେ ଶିଶୁ
ଓଡ଼ିଶାରେ ସୃଷ୍ଟି ହେଲେ ୧୦ ଲକ୍ଷରୁ ଅଧିକ ଲକ୍ଷପତି ଦିଦି