ପାରାଦ୍ୱୀପରେ ଆୟୋଜିତ ହୋଇଥିବା ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ସରିବା ପରେ ଦିଲ୍ଲୀ ଫେରିଗଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ପାରାଦ୍ୱୀପରେ ଆୟୋଜିତ ହୋଇଥିଲା ବୋଇତ ବନ୍ଦାଣ ଉତ୍ସବ । ଏହାକୁ ଉଦଘାଟନ କରିଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l ସକାଳ ୯.୪୫ ସମୟରେ ଗୋପବନ୍ଧୁ ଷ୍ଟାଡିଅମରେ ମହାମହିମ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଲ୍ୟାଣ୍ଡ କରିବା ପରେ କାର୍କେଡରେ ବନ୍ଦର ମଧ୍ୟରେ ପହଞ୍ଚିଥିଲେ ରାଷ୍ଟ୍ରପତି । ବାଟରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଦେଖି ଗାଡ଼ିରୁ ଓହ୍ଲାଇ ଆସିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପିଆଲାମାନଙ୍କ ସହିତ ହାତ ମିଳାଇବା ସହ ଚକୋଲେଟ ଦେଇଥିଲେ ରାଷ୍ଟ୍ରପତି l ପରେ ବନ୍ଦର ମଧ୍ୟରେ ବୋଇତବନ୍ଦାଣ ଉତ୍ସବକୁ ଉଦଘାଟନ କରିବା ସହିତ ହୋମଯଜ୍ଞରେ ଆହୁତି ପ୍ରଦାନ କରିବା ପରେ ପତାକା ହଲାଇ ସାଧବ ପୁଅମାନଙ୍କୁ ବିଦାୟ ଦେଇଥିଲେ l ଏହାସହ ପାରାଦୀପରେ ମଲ୍ଟି ମଡେଲ ଲଜିଷ୍ଟିକ ପାର୍କ, ନ୍ୟୁ ରିଜର୍ଭର ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ, ଟ୍ରାଫିକ ନିୟନ୍ତ୍ରଣ ସିଷ୍ଟମ ପ୍ରକଳ୍ପକୁ ବି ଉଦଘାଟନ କରିଥିଲେ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ