ରୂପ ବଦଳାଇ ଫେରାର ହୋଇଗଲା ଖାଲିସ୍ତାନ ସମର୍ଥକ ଅମ୍ରିତପାଲ ସିଂ । ଅମ୍ରିତପାଲଙ୍କ ଅଲଗା ଅଲଗା ବେଶ ଦେଖିବାକୁ ମିଳିଛି । ଅମୃତପାଲଙ୍କ ୭ଟି ନୂଆ ଓ ପୁରୁଣା ବେଶ ଜାରି କରିଛି ପୋଲିସ । ପୋଲିସକୁ ଚକମା ଦେଇ ରୂପ ବଦଳାଇ ବିଭିନ୍ନ ସ୍ଥାନରେ ରହୁଛି ଅମ୍ରିତପାଲ । ଫଳରେ ୫ ଦିନ ହେଲାଣି ଖୋଜି ବୁଲୁଛି ପୋଲିସ । ଅମ୍ରିତପାଲ ବିରୋଧରେ ଏନ୍ଏସ୍ଏ ବା ଜାତୀୟ ସୁରକ୍ଷା ଆଇନ ଲାଗୁ କରାଯାଇଛି । ତାଙ୍କ ଏନ୍ଆରଆଇ ସ୍ତ୍ରୀ କିରଣଦୀପ କୌର ଏବଂ ପରିବାର ଲୋକଙ୍କ ବ୍ୟାଙ୍କ ଖାତା ଯାଂଚ କରିବା ସହ ସେମାନଙ୍କ ଗତିବିଧି ଓ ଅମୃତପାଲ ସହ କିପରି ଯୋଗାଯୋଗ କରୁଛନ୍ତି ତା ଉପରେ ନଜର ରଖାଯାଇଛି । ତଦନ୍ତ ପାଇଁ ଅମୃତପାଲଙ୍କ ୫୦୦ ନିକଟତମ ଲୋକଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ୧୫୪ ଜଣଙ୍କୁ ଗିରଫ କରାଯାଇସାରିଲାଣି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ