The Topmost

“The eyes believe themselves, the ears believe other people.”

ବେଙ୍ଗାଳୁରୁରେ ବିଜେପି ବିରୋଧରେ ରୋଡମ୍ୟାପ୍

ବେଙ୍ଗାଲୁରୁରୁ ବିଜେପି ବିରୋଧରେ ରୋଡମ୍ୟାପ୍ । ୨୪ ସାଧାରଣ ନିର୍ବାଚନରେ ବିଜେପିକୁ ଗାଦିଚ୍ୟୁତ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ବିରୋଧୀ । ଦୁଇଦିନିଆ କାର୍ଯ୍ୟକ୍ରମର ଆଜି ଦ୍ବିତୀୟ ଦିନରେ ପ୍ରସ୍ତୁତ ହେବ ନିର୍ବାଚନୀ ରଣନୀତି । ଗୋଟିଏ ମଞ୍ଚରୁ ବିରୋଧୀ ଦେବେ ଏକତାର ବାର୍ତ୍ତା । ରାଜ୍ୟରେ ବିଧାନସଭା ନିର୍ବାଚନ, ୟୁସିସି ଏବଂ ସାଧାରଣ ନିର୍ବାଚନରେ ଓ୍ବାନ ସିଟ୍ ଓ୍ବାନ କ୍ୟାଣ୍ଡିଡେଟ ମୁଦ୍ଦା ଉପରେ ଆଲୋଚନା ହେବ । କଂଗ୍ରେସ ନେତୃତ୍ବରେ ଅନୁଷ୍ଠିତ ବୈଠକରେ ସାମିଲ ହେବେ ଟିଏମସି, ଆପ୍, ଏନସିପି, ପିଡିପି ସମେତ ୨୬ ଦଳର ନେତା । ପାଟନା ବୈଠକରେ ୧୬ ଦଳର ନେତା ସାମିଲ ହୋଇଥିବା ବେଳେ ଦ୍ବିତୀୟ ବୈଠକରେ ଏମଡିଏମକେ, କେଡିଏମକେ, ଆରଏସପି ଆଦି ନୂଆ ଦଳକୁ ନିମନ୍ତ୍ରଣ କରିଛି କଂଗ୍ରେସ । ୨୦୨୪ରେ ସବୁ ବିରୋଧୀ ଏକାଠି ନିର୍ବାଚନ ଲଢ଼ିଲେ, ୫୫ ପ୍ରତିଶତ ସିଟ୍ ଜିତି ସରକାର ଗଠନ କରିପାରିବେ । ବିଜେପି ସହ ମୁକାବିଲା ଲାଗି ଓ୍ବାନ ସିଟ ଓ୍ବାନ କ୍ୟାଣ୍ଡିଡେଟ ଫର୍ମୁଲାରେ ପ୍ରାର୍ଥୀ ଦେବାକୁ ଯୋଜନା କରୁଛନ୍ତି ବିରୋଧୀ । ସେପଟେ ବିଜେପି ନେତୃତ୍ବାଧୀନ ଏନଡିଏରେ ଥିବା ୯ଟି ବଡ଼ ରାଜନୈତିକ ଦଳ ଛାଡ଼ିବା ପରେ ମେଣ୍ଟ ଦୁର୍ବଳ ହୋଇପଡ଼ିଛି ବୋଲି କହିଛି ଆପ୍ । ତେବେ ଏଥର ଯଦି ବିରୋଧୀ ଏକ ହୋଇ ନିର୍ବାଚନ ଲଢ଼ନ୍ତି, ତେବେ ବିଜେପିକୁ ହରାଇବା ସହଜ ହେବ, ଯାହାକି ମହାମେଣ୍ଟର ମୁଖ୍ୟ ଏଜେଣ୍ଡା ରହିଛି ।