ବେଙ୍ଗାଲୁରୁରେ ବର୍ଷା କମିଥିବା ବେଳେ ଏବେବି ଜମି ରହିଛି ପାଣି । ଗତ ରବିବାର ଦିନରୁ ଲଗାଣ ବର୍ଷା ଫଳରେ ସାରା ବେଙ୍ଗାଲୁରୁ ସହର ପାଣିରେ ବୁଡି ରହିଥିଲା । ସବୁଆଡେ ପାଣି ଜମିରହିଥିବା ଯୋଗୁଁ ଲୋକଙ୍କୁ ଡଙ୍ଗା ସାହାଯ୍ୟରେ ଉଦ୍ଧାର କରାଯାଇଥିବା ଦେଖିବାକୁ ମିଳିଥିଲା । ଏପରିକି ଲୋକେ ଡଙ୍ଗାରେ ବସି ଅଫିସ ଯାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । ସହରର ପ୍ରମୁଖ ଅଞ୍ଚଳ ଆଉଟର ରିଙ୍ଗ ରୋଡରେ ଅନେକ ଟେକ୍ନୋଲୋଜି ଏବଂ ଫାଇନାନ୍ସ କମ୍ପାନୀ କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ଉଦ୍ଧାର କରିବା ପାଇଁ ଡଙ୍ଗା କିଣୁଛନ୍ତି । ଆଇଟି ହବ୍ କୁହାଯାଉଥିବା ଏହି ସହରରେ ଥିବା ବିଭିନ୍ନ କମ୍ପାନୀରେ କାମ କରୁଥିବା କର୍ମଚାରୀ ବିଭିନ୍ନ ସ୍ଥାନରେ ଫସିରହିଥିଲେ । ଯେଉଁଥିପାଇଁ ନିଜ କର୍ମଚାରୀ ଓ ତାଙ୍କ ପରିବାରକୁ ଉଦ୍ଧାର କରିବା ପାଇଁ ଏମଏନସି ଗୁଡିକ ଏବେ ଡଙ୍ଗା କିଣୁଛନ୍ତି । ବେଙ୍ଗାଲୁରୁର ହାଇଟେକ୍ ସର୍କଲ ଗୁଡିକରେ ପରିବହନର ନୂଆ ଟ୍ରେଣ୍ଡ ପାଲଟିଛି ଡଙ୍ଗା ।
More Stories
ବାଂଲାଦେଶକୁ ବତ୍ୟା ଆଶଙ୍କା, ଓଡିଶାରୁ ଟଳିଲା ବିପଦ
ମିଥ୍ୟା ଦୁଷ୍କର୍ମ ଅଭିଯୋଗରେ ଯୁବକଙ୍କୁ ନ୍ୟାୟ, ଏବେ ଜେଲ ଯିବେ ମହିଳା
ରତନ ଟାଟଙ୍କ ପରେ କିଏ ସମ୍ଭାଳିବ ସାମ୍ରାଯ୍ୟ, ଚାଲିଛି ଖୁବ୍ ଚର୍ଚ୍ଚା